ପୁରୀ : ଆଜି ତା ୧୩.୧୧.୨୫ରିଖ ଦିନ ଘ୧୦.୩୦ମି. ସମୟରେ ଜିଲ୍ଲାପାଳଙ୍କ ସର୍କିଟ ହାଉସ୍ ଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ବିଭାଗର ସମସ୍ତ ସରକାରୀ ଯୋଜନା ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାର ମୋଟ ୧୧ଗୋଟି ତହସିଲ ଏବଂ ୧୨୨ ଗୋଟି ଆର.ଆଇ. ଅଫିସ୍ର ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସମସ୍ତ ତହସିଲ ଓ ଆର୍.ଆଇ ଅଫିସ୍ “ବାଇଓ ମେଟ୍ରିକ୍ ଉପସ୍ଥାନ’ ଓ ଓସାସ୍ ଫାଇଲ୍ ଉପରେ ସମୀକ୍ଷା କରିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ‘“ ବସୁନ୍ଧରା ଯୋଜନା’” ଅନ୍ତର୍ଦ୍ଦୟ ଯୋଜନା ଉପରେ ତର୍ଜମା କରିବା ସହିତ ଜମିଜମା ରେକର୍ଡ ଉପରେ କେଉଁ ବ୍ୟକ୍ତି ଲିଜ୍ ନେଇଛନ୍ତି ବା କେତେ ଜବର ଦଖଲ କେଶ୍ ପଡ଼ିରହିଛି ତାହା ତର୍ଜମା କରିଥିଲେ । ସମସ୍ତ ସରକାରୀ ଜମି ଯେପରି ଜବର ଦଖଲ ମୁକ୍ତ କରାଯିବ, ତାହା ଉପରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ବିଭିନ୍ନ ପ୍ରକାର ଜମିଜମା ଉପରେ ଗୁରୁତ୍ୱ ଦେଇଥିଲେ । ମନ୍ତ୍ରୀ ମହୋଦୟ ପୁନର୍ବାର ୩ ମାସ ପରେ ଆଉଥରେ ରିଭ୍ୟୁ କରିବେ ବୋଲି କହିଥିଲେ । ଯେଉଁ ତହସିଲ୍ର ଲ୍ୟାଣ୍ଡ ରେକର୍ଡ, ଜାତି ପ୍ରମାଣପତ୍ର, ଜବର ଦଖଲ ମକଦ୍ଦମା ଫଇସଲା କରିବା ସହିତ ଆଗାମୀ ୩ ମାସ ଭିତରେ ସମସ୍ତ ସରକାରୀ ଯୋଜନାଗୁଡିକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମାନ୍ୟବର ବିଧାୟକ, ସତ୍ୟବାଦୀ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ମାନ୍ୟବର ବିଧାୟିକା ବ୍ରହ୍ମଗିରି ଶ୍ରୀମତୀ ଉପାସନା ମହାପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶ୍ରୀ ଶରତଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ), ଶ୍ରୀ ଶରତଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ୍) ନୀଳମାଧବ ଭୋଇ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଡେପୁଟି କଲେକ୍ଟର ସହଦେବ ସାହୁ ସମସ୍ତ ତହସିଲର ତହସିଲଦାରମାନେ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ଥିଲେ ।











