ସତ୍ୟବାଦୀ: ୧୧.୧୧.୨୫ – ରାମକୃଷ୍ଣ ଆଶ୍ରମ, ପୁରୀ ଓ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଆ ବିଶ୍ଵବିଦ୍ୟାଳୟରେ “ସ୍ବାମୀ ବିବେକାନନ୍ଦଙ୍କ ଯୁବ ସମାଜକୁ ବାର୍ତ୍ତା” ଉକ୍ତ ବିଷୟକୁ ଆଧାର କରି ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସଭାର ଅଧ୍ଯକ୍ଷ ସ୍ବାମୀ ଗୋପଳାମାନନ୍ଦ ମହାରାଜ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍ଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରୋତ୍ସାହିତ କରିଥିଲେ । ପ୍ରଥମ ବର୍ଷର ଛାତ୍ରୀ କୁମାରୀ ଅନ୍ନପୂର୍ଣ୍ଣା ରଥ ଓ ପ୍ରାଧ୍ୟାପିକା ଡ. ଲିପିକା ନାୟକ ନିଜ ନିଜ ବକ୍ତବ୍ୟରେ ସ୍ଵାମୀଜୀଙ୍କର ଚିନ୍ତା, ଚେତନା ଓ ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିଥି ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତି ସଙ୍ଗୀତ, ବାଦ୍ୟ ଓ ଭାଷଣର ଅପୂର୍ବ ସମନ୍ୱୟରେ ଏକ ନିଆରା ଢଙ୍ଗରେ ସ୍ବାମୀଜୀଙ୍କର ଜୀବନାଦର୍ଶ ତଥା ଭାରତୀୟ ଏକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଶତ୍ରୁଘ୍ନ ପାଣିଗ୍ରାହୀ ସ୍ଵାମୀବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ନିଃସ୍ବାର୍ଥପର ଭାବେ କର୍ମ କରିବା ହିଁ ସତ୍ ଉପଲବଧି । କାର୍ଯକ୍ରମ ସଞ୍ଚାଳନ କରିଥିଲେ ପ୍ରାଧ୍ୟାପକ ଡ. ରାଧାରେ ଗୋବିନ୍ଦ କୁଇଲା । ଏଥିରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା ।
ନିଃସ୍ବାର୍ଥପର ଭାବେ କର୍ମ କରିବା ହିଁ ସତ୍ ଉପଲବଧି











