Home / ମୁଖ୍ୟ ଖବର / ପୁରୀ ସହରବାସୀଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ନିମିତ୍ତ ସମ୍ମୁଖୀନ ହେଉଥିବା ଅସୁବିଧା କୁ ନେଇ ପ୍ରୟାସ

ପୁରୀ ସହରବାସୀଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ନିମିତ୍ତ ସମ୍ମୁଖୀନ ହେଉଥିବା ଅସୁବିଧା କୁ ନେଇ ପ୍ରୟାସ

whatsapp image 2025 11 13 at 20.28.16 29b5ed9a

ପୁରୀ:୧୩/୧୧/୨୦୨୫ – ପୁରୀ ସହରବାସୀ କେଉଁ ଆବାହମାନ କାଳରୁ ଶ୍ରୀଜଗନ୍ନାଥଙ୍କୁ ନିଜ ଘରର ଦେବତା ଭାବେ ଗ୍ରହଣ କରିଆସିଛନ୍ତି । ତା ସହ ବିନା ଦ୍ବିଧାରେ ମହାପ୍ରଭୁଙ୍କ ଦର୍ଶନ ପ୍ରାପ୍ତ ହୋଇ ଆସୁଥିଲୁ ଏବଂ ଆବଶ୍ୟକ ସମୟରେ ମହାପ୍ରସାଦ ନିମନ୍ତେ ବିନା ବାଧାରେ ଶ୍ରୀମନ୍ଦିରକୁ ଯାଇ ଆଣି ପାରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ଅସମ୍ଭବ ବୃଦ୍ଧି ଓ ସେମାନଙ୍କ ଦର୍ଶନ ଆଗ୍ରହକୁ ଦୃଷ୍ଟି ରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଶୃଙ୍ଖଳିତ ଦର୍ଶନ ନିମିତ୍ତ ବିଭିନ୍ନ ବ୍ୟବସ୍ତାବଳୀ ଆପଣାଇଛି, ଯଦ୍ବାରା ପୁରୀ ସହରବାସୀଙ୍କ ସୁଲଭ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ବାଧା ଉପୁଜିଛି। ପୁରୀ ସହରର ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୃତ୍ରିମ ଦୂରତ୍ବ ବୃଦ୍ଧି ପାଇଛି। ଯାହା ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ସମୟକ୍ରମେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ଯ ସରକାର ଏଦିଗ ପ୍ରତି ଭୃକ୍ଷେପ ମଧ୍ୟ କରୁନାହାନ୍ତି। ତେଣୁ ପୁରୀ ବାସୀ ସରକାରଙ୍କ ଦୃଷ୍ଟିଗୋଚର ନିମନ୍ତେ ବାଧ୍ୟ ହୋଇ କିଛି ସକରାତ୍ମକ ଦୃଷ୍ଟିଭଙ୍ଗୀ ସରକାରଙ୍କ ସମ୍ମୁଖକୁ ଆଣିବାକୁ ଚେଷ୍ଟାକରି ଏଭଳି ଏକ ମଞ୍ଚର ପ୍ରାସଙ୍ଗିକତା ଉପଲବ୍ଧ କରି ଆପଣଙ୍କ ଗୋଚର ନିମନ୍ତେ ଏଭଳି ପ୍ରୟାସ କରିକହନ୍ତି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ,ସହରର ଅନେକ ବୃଦ୍ଧ ବୃଦ୍ଧା ଭକ୍ତବୃନ୍ଦ ଅଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଦର୍ଶନ ନ କରିବା ପର୍ଯ୍ଯନ୍ତ ଅନ୍ନ ଓ ଜଳ ଗ୍ରହଣ କରନ୍ତି ନାହିଁ। ତେଣୁ ଏ ପ୍ରକାର ପରିସ୍ଥିତିର ଗୁରୁତ୍ବ ଉପଲବ୍ଧ କରି ପୁରୀ ସହରବାସୀ ନିମ୍ନଲିଖିତ ବିଶେଷ ବ୍ଯବସ୍ଥା ଲାଗି ଅନୁରୋଧ କରିଛନ୍ତି ।

୧: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ସମସ୍ତ ବାରିକେଡ ମଧ୍ୟରୁ ଗୋଟିଏ ବାରିକେଡ ଲାଇନ ପୁରୀବାସୀଙ୍କ ପାଇଁ ଉଦ୍ଦିଷ୍ଟ ରଖି ଆଧାର କାର୍ଡ/ସ୍ବତନ୍ତ୍ର ପରିଚୟ ପତ୍ର ତନଖି କରି ପ୍ରବେଶ ଅନୁମତି ପ୍ରଦାନ କରାଯାଉ।
୨. ଶ୍ରୀମନ୍ଦିର ର ଅନ୍ୟ ତିନି ଦ୍ବାର(ଉତ୍ତର, ପଶ୍ଚିମ, ଦକ୍ଷିଣ)ଦେଇ ପୁରୀବାସୀଙ୍କୁ ପ୍ରବେଶ ସୁଯୋଗ ଦିଆଯାଉ।
୩: ଶ୍ରୀମନ୍ଦିର ମଧ୍ଯରେ ପାଟଅଗଣା ରେ ଥିବା ଆଠଗୋଟି ଷ୍ଟିଲ ବାରିକେଡ ମଧ୍ୟରୁ ଗୋଟିଏ ବାରିକେଡ ଲାଇନ ପୁରୀବାସୀଙ୍କ ନିମିତ୍ତ ଉଦ୍ଦିଷ୍ଟ କରି ଆଧାର କାର୍ଡ/ସ୍ବତନ୍ତ୍ର ପରିଚୟ ପତ୍ର ତନଖି କରି ଶ୍ରୀ ଜିଉ ମାନଙ୍କୁ ଦର୍ଶନ ସୁଯୋଗ ଉପଲବ୍ଧ କରାଯାଉ।
୪ :ପୁରୀ ସହର ର ବରିଷ୍ଟ ନାଗରିକ ଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ତା ଉପଲବ୍ଧ କରାଯାଉ।
୫ :ଏହି ବ୍ୟବସ୍ଥା ପୁରୀବାସୀଙ୍କ ନିମନ୍ତେ ସବୁଦିନ ଲାଗି କରାଯାଉ।
ଏଣୁ ପୁରୀ ସହରବାସୀଙ୍କ ଦରଖାସ୍ତକୁ ବିଚାରକୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ପୁରୀ ସହରବାସୀ ସରକାରଙ୍କ ନିକଟରେ ଚିରୋପକୃତ ରହିବେ ବୋଲି କହିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply