ପୁରୀ, ୧୬/୧୧ : ଦି ମିଡ଼ିଆ ରାଜ୍ୟସ୍ତରୀୟ କର୍ତ୍ତବ୍ୟରତ ସାମ୍ବାଦିକ, ସ୍ତମ୍ଭକାର ଓ ଲେଖକ ଫୋରମ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ଓଡ଼ିଶା ସଂଗୀତ ପରିଷଦ ପରିସରରେ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ବର ଆବଶ୍ୟକତା କେତେ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଫୋରମର ରାଜ୍ୟ ସଭାପତି ସାମ୍ବାଦିକ ଲଷ୍ମୀନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲା ବେଳେ,ଫୋରମ୍ ର ଅଧ୍ୟକ୍ଷ ସାମ୍ବାଦିକ ସରୋଜ ମିଶ୍ର ଆଲୋଚନା ଚକ୍ର ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବିଜୟ ଲକ୍ଷ୍ମୀ ଦାଶ,ପ୍ରଫେସର ଅଭିମନ୍ୟୁ ଭୂୟାଁ , କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ନିର୍ଦେଶକ ଡ ପ୍ରଭାତ କୁମାର ମହାପାତ୍ର,ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ,ଆଇନଜୀବୀ ରଚିତା ରାଉତରାୟ,ଐତିହାସିକ ମଦନମୋହନ ମହାପାତ୍ର,ସାମ୍ବାଦିକ ମଧୁସୂଦନ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଆଲୋଚନା ରେ ମତ ପ୍ରକାଶ ପାଇଥିଲା ଯେ ଚତୁର୍ଥସ୍ତମ୍ଭ ବିନା ଶାସନତନ୍ତ୍ର ଦିଶାହୀନ ହୋଇଥାଏ l ସାମ୍ବାଦିକ ମାନେ ତିନୋଟି ସ୍ତମ୍ଭ ଯଥା ସଂସଦ , ନ୍ୟାୟପାଳିକା, କାର୍ଯ୍ୟବାହିକା ବା ସରକାର ଓ ଆଇନତନ୍ତ୍ର ସଭିଙ୍କୁ ସଠିକ ମାର୍ଗରେ ପରିଚାଳିତ କରିବା ପାଇଁ ନିଜର ଲେଖା ମାଧ୍ୟମରେ ମାର୍ଗ ଦର୍ଶନ କରିଥାନ୍ତି । ପ୍ରଶାସନ ର ସମସ୍ତ ଭୁଲ ଭଟକାକୁ ସମ୍ବାଦ ପତ୍ର ଲୋକଲୋଚନକୁ ଆଣିଥାନ୍ତି , ଯାହାଫଳରେ କି ଜନସଚେତନତା ବୃଦ୍ଧି ପାଇଥାଏ । ତେଣୁ ଗଣତନ୍ତ୍ର ଶାସନରେ ଗଣମାଧ୍ୟମ ,ସରକାର ଓ ଜନସାଧାରଣ ଙ୍କ ମଧ୍ୟରେ ଏକ ସେତୁ ରୂପେ କାମ କରିଥାଏ ବୋଲି ମତ ପ୍ରକାଶ ପାଇଥିଲା । ଖବର ପ୍ରକାଶନ ସର୍ବଦା ସଠିକ୍ ,ତଥ୍ୟ ଯୁକ୍ତ ଓ ତଦନ୍ତ ମୂଳକହେବା ଉଚିତ୍ ,ଭୁଲ ତଥ୍ୟ ଜନସାଧାରଣ ଙ୍କୁ ସର୍ବଦା ବିଭ୍ରାନ୍ତି କରିଥାଏ ।ନିର୍ଭୁଲ ଖବର ପ୍ରକାଶ ହେଲେ ସମ୍ବାଦ ପତ୍ର ଓ ସାମ୍ବାଦିକ ମାନଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବ ଓ ତାହା ଲୋକଙ୍କ ର ବିଶ୍ୱାସ ଭାଜନ ହୋଇପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ଯେ ଚତୁର୍ଥସ୍ତମ୍ଭ ବିନା ଶାସନତନ୍ତ୍ର ଦିଶାହୀନ ଆୟୋଜିତ ଆଲୋଚନା ଚକ୍ରରେ ସନ୍ତୋଷ କୁମାର ମହାନ୍ତି ଅଧ୍ୟାପକ ଅଶୋକ କୁମାର ମିଶ୍ର ପ୍ରଧ୍ୟାପକ ଧରଣୀଧର ପ୍ରଧାନ ସାମ୍ବାଦିକ ସତ୍ୟ ନାରାୟଣ ରାଉତରାୟ ବିଶ୍ୱଜିତ ପଟ୍ଟନାୟକ, ଜୁପିଟର ଦାସ ,ପ୍ରଦୀପ କୁମାର ନାୟକ , ଚନ୍ଦ୍ର ଶେଖର ପାତ୍ର,ସଞ୍ଜୟ କୁମାର ଅଗ୍ରୱାଲ, ଅଜୟ କୁମାର ଦାଶ,ଅଶୋକ କୁମାର ଆଢ୍ୟ ,ଗୋଲକ ଚନ୍ଦ୍ର ଜେନା ,ବିପିନ ଦଳାଇ, ପୌନାବାସୀ ଦେବୀ, ପ୍ରବାସିନୀ ମିଶ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ସର୍ବାଣି ଦାସ,ତପନ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ଆଶା ଲତା ପ୍ରଧାନ
ଚତୁର୍ଥସ୍ତମ୍ଭ ବିନା ଶାସନତନ୍ତ୍ର ଦିଶାହୀନ
No Comments
November 16, 2025 1:41 pm

Previous Article
Next Article

ପ୍ରଗତି ପ୍ରତିଷ୍ଠାନ ରଶିଶୁ ଦିବସ ସମାରୋହ 2025ପାଳିତ ସ୍ଥାନୀୟ ପବିତ୍ର ଭକ୍ତ ସାଲବେଗ ସମାଧି ସ୍ଥଳ ସଭାଗୃହ ରେ ପ୍ରଗତି ପତିଷ୍ଠାନ
ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ପୁରୀ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ପୁରସ୍କୃତ









