ପୁରୀ:୨୦/୧୧/୨୦୨୫ – ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୨୦.୧୧.୨୦୨୫ ରିଖରେ ଦିବା ୧୧.୦୦ ଘଟିକା ସମୟରେ ଗଙ୍ଗାଧର ମେହେର ଆଇନ ମହାବିଦ୍ୟାଳୟ ଠାରେ ମୌଳିକ କର୍ତବ୍ୟ, ଯୌନ ଉତ୍ପୀଡନ
ର ସୁରକ୍ଷା, ଶିଶୁ ସୁରକ୍ଷା ଆଇନ ଉପରେ ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସହାୟତା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ଆଇନ ସେବା ପ୍ରାଧିକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିର୍ନ ବିଧବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରିବା ସହ କର୍ମ କ୍ଷେତ୍ରରେ କିପରି ବଳତ୍କାର ପିଡ଼ିତାଙ୍କୁ ତ୍ବରିତ ନ୍ୟାୟ ଏବଂ ଶିଶୁ ମାନଙ୍କୁ ସୁରକ୍ଷା ଉପରେ କିପରି ଧ୍ୟାନ ଦିଆଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯକ୍ରମରେ ଯୋଗଦେଇଥିବା ମହାବିଦ୍ୟାଳୟର ଅଭିଭାବକ ବୃନ୍ଦ, ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥ୍ପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ଆଇନ ସଚେତନତା ଶିବିର











