Home / ମୁଖ୍ୟ ଖବର / ରାଷ୍ଟ୍ରପତି ପୁରସ୍କୃତ ସରପଞ୍ଚ ଙ୍କ ପରଲୋକ

ରାଷ୍ଟ୍ରପତି ପୁରସ୍କୃତ ସରପଞ୍ଚ ଙ୍କ ପରଲୋକ

ନେଶ୍ୱର ପାଢ଼ୀ ତାଙ୍କୁ ଉଣା ଅଧିକେ ସମସ୍ତେ ଜାଣନ୍ତି ପ୍ରଥମେ ନୟାହାଟ ଅନ୍ତର୍ଗତ ଗୋଡ଼ା ଦଣ୍ଡା ସ୍କୁଲରେ ଶିକ୍ଷକତା ଆରମ୍ଭ କରି ଅଞ୍ଚଳ ରେ ବେଶ ପରିଚିତ ଥିବା ବେଳେ କୋଅପ୍ରେଟିବ ସୋସାଇଟି ଭାବେ ସମ୍ପାଦକ ହୋଇ ସାଧାରଣ ଲୋକଙ୍କ ସେବା ପରେ ରାଜନୀତି କୁ ଓଲ୍ହାଇ ଲୋକଙ୍କ ଅସ୍ଥାଭାଜନ ହୋଇଥିଲେ, କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଥକା ଗ୍ରାମପଂଚାୟତ ର ପୂର୍ବତ୍ତନ ସରପଞ୍ଚ ତଥା ରାଷ୍ଟ୍ରପତି ଙ୍କ ଠାରୁ ଶ୍ରେଷ୍ଠ ସରପଞ୍ଚ ଭାବେ ପୁରସ୍କୃତ ହୋଇ କାକଟପୁର ପାଇଁ ଗର୍ବ ଆଣିଥିଲେ,ସେ ଏକା ଧାରାରେ ପୂର୍ବତ୍ତନ ସରପଞ୍ଚ କାକଟପୁର ବ୍ଲକ କଂଗ୍ରେସ ର ଉପସଭାପତି, ରାଏସ ମହାଦେବଙ୍କ ମୁଖ୍ୟ ପୂଜକ ଭାବେ କାର୍ଯ୍ୟ ନିର୍ବାହ କରି ଲୋକଙ୍କ ସହିତ ତାଙ୍କର ଅତି ନିବିଡ଼ ସମ୍ପର୍କ ସ୍ଥାପନ କରିଥିଲେ ହଟାତ ଧନେଶ୍ୱର ପାଢ଼ୀ ଙ୍କର ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଘର ପାଖକୁ ଶୁବେଛୁ ମାନଙ୍କର ଶେଷ ଦର୍ଶନ ପାଇଁ ସୁଅ ଛୁଟିଥିଲା,ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ହୋଇଥିଲା ଆଜକୁ ଠିକ 9 ଦିନ ତଳେ ତାଙ୍କର ଧର୍ମ ପତ୍ନୀ ମଧ୍ୟ ତାଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ,ଦୀର୍ଘ ଦିନ ହେବ ତାଙ୍କର କୀଡୀନ ଜନିତ ସମସ୍ୟାରେ ଚିକିତ୍ସିତ ହେଉଥିଲେ,ସେ ପ୍ରଥମେ ଭୁବନେଶ୍ୱର ଓ ପରେ ଦିଲ୍ଲୀ ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ , ଦୁଇ ଦିନ ତଳେ ତାଙ୍କ ନିଜ ଗାଁ ରାଏସ ଗ୍ରାମ କୁ ଅଣା ଯାଇଥିଲା, ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତନ ଆସିଲା ନାହିଁ ଶେଷରେ ମୃତ୍ୟୁ ପାଖରେ ହାର ମାନିଥିଲେ, ମୃତ୍ୟୁ ପାଖରେ ବଡ଼ ପୁଅ ବିଚିତ୍ରା ନନ୍ଦ ପାଢ଼ୀ, ମଝିଆ ପୁଅ ତରୁଣ କୁମାର ପାଢ଼ୀ, ସାନ ପୁଅ ବରେଣ୍ୟ କୁମାର ପାଢ଼ୀ ସହିତ କାକଟପୁର ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ହରିହର ଦୀକ୍ଷିତ,କଂଗ୍ରେସ rସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସ,କାକଟପୁର ବ୍ଲକ ଅଧକ୍ଷ୍ୟ ଶ୍ରୀଧର ନାୟକ, ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ,କାକଟପୁର ପଞ୍ଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ଘନଶ୍ୟାମ କାଣ୍ଡି, କରୁଣା କର ସେନାପତି, ବାବୁଲି ନାୟକ ଙ୍କ ସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ତାଙ୍କ କାର୍ଯ୍ୟ ଧାରା କୁ ଭଲ ପାଉଥିବା ପ୍ରାୟ 300 ଲୋକଙ୍କ ଉପସ୍ଥିତ ରେ ଏକ ଶବ ଶୋଭାଯାତ୍ରା ରେ ଆଖ ପାଖ ପ୍ରାୟ ତିନି ଖଣ୍ଡି ଗାଁ କୁ ସାଧାରଣ ଲୋକଙ୍କ ପାଇଁ ଶେଷ ଦର୍ଶନ ନିମନ୍ତେ ନିଆଯିବା ପରେ ନିଜ ଗାଁ ସ୍ମଶାନ ପର୍ଯ୍ୟନ୍ତ ନିଆ ଯାଇଥିଲା, ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିବା ବେଳେ ବଡ଼ ପୁଅ ବିଚିତ୍ର ନନ୍ଦ ପାଢ଼ୀ ମୁଖାଗ୍ନି ଦେଇଥିଲେ ଅନ୍ତିମ ସଂସ୍କାର ପାଖରେ ଦଳଗତ ନିର୍ବିଶେଷରେ ବିଭିନ୍ନ ଦଳର ଛାମୁଆ ନେତା ଥିଲା ବେଳେ ଶୋକ ସନ୍ତପ୍ତ ପରିବାର କୁ ଧର୍ଯ୍ୟ ଧରିବା ପାଇଁ ବୁଝାଇଥିଲେ,

SPREAD YOUR LOVE WITH YOUR FRIENDS AND FAMILY

Leave a Reply