Home / ମୁଖ୍ୟ ଖବର / ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ଉନ୍ମୋଚିତ

ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ଉନ୍ମୋଚିତ

whatsapp image 2025 11 20 at 23.05.01 7bddc962

ପୁରୀ ୨୦/୧୧ ତାମିଲନାଡୁ ଠାରେ ଚଳିତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖରେ ଶେଷ ହେବ ଏଫ ଆଇ ଏଚ ଜୁନିୟର ପୁରୁଷ ହକି ବିଶ୍ବ କପ।

whatsapp image 2025 11 20 at 23.05.03 467bb9b1

ଏହି ହକି ର ଟ୍ରଫି କୁ ଆଜି ଅପରାହ୍ନ ରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି ଟ୍ରଫି କୁ ଅନାବରଣ କରିବା ସହ ବିଶ୍ବ କପ ହକିର ସଫଳତା କାମନା କରିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସ ପି ସଚିନ ପାଟିଲ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଟ୍ରାଫିକ ଇନିସପେକ୍ଟର ଜୟଦୀପ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଟ୍ରଫି ଉନ୍ମୋଚନ ରେ ସାମିଲ ହୋଇଥିଲେ।ପରେ ଟ୍ରଫି ର ଫଟୋ ସେସନ କରାଯାଇଥିଲା।କାର୍ଯ୍ୟକ୍ରମ ରେ କ୍ରୀଡା ବିଭାଗ ପକ୍ଷରୁ ହରେଶ କୁମାର ମିଶ୍ର, ହକି କୋଚ ଗୌତମ ବେହେରା,ଜିଲ୍ଲା ସ୍କୁଲର ପୂର୍ବତନ ପିଇଟି ଗୋପାଳ ଚନ୍ଦ୍ର ବେହେରା ଓ ହକି ଖେଳାଳୀ ମାନେ ଉପସ୍ଥିତ ଥିଲେ।ପରେ ବ୍ଲୁ ଫ୍ଲାଗ ବିଚରେ ଟ୍ରଫି ର ଫଟୋ ସେସନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply