Home / ମୁଖ୍ୟ ଖବର / ପୁରୀ ରେ ଜାତୀୟ ଅଡିଟ ସପ୍ତାହ ପାଳିତ

ପୁରୀ ରେ ଜାତୀୟ ଅଡିଟ ସପ୍ତାହ ପାଳିତ

whatsapp image 2025 11 21 at 16.40.43 35660b23

ପୁରୀ ତା ୨୧/୧୧/୨୦୨୫ – ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ସହଯୋଗରେ ସରକାରୀ ପାଣ୍ଠିରେ ଆର୍ଥିକ ଅନମନୀୟତା ଓ ତାହାର ନିରାକରଣ ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଦଭାବନା ଗୃହ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l

whatsapp image 2025 11 21 at 16.40.43 9d775bed

ପ୍ରଧାନ ମହାଲେଖାକାର ଡି. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଉପ ମହାଲେଖାକାର ମନୋଜ ଏକ୍କା, ନିର୍ଦେଶକ ବିଭ୍ରାଂଶୁ ଶେଖର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ଆଦ୍ୟାଶା ରଥ ଯୋଗ ଦେଇଥିଲେ l ବରିଷ୍ଠ ଲେଖାଧିକାରୀ ପ୍ରବୀର କୁମାର ସାମଲ, ବରିଷ୍ଠ ଲେଖା ପରୀକ୍ଷକ ରାଜ କିଶୋର ମହାପାତ୍ର ସରକାରୀ ପାଣ୍ଠିର ଆର୍ଥିକ, ଅନିୟମିତତା ଓ ଏହାର ନିରାକାରଣ ଉପରେ ଆଲୋକପାତ କରିଥିଲେ l ପ୍ରଧାନ ମହାଲେଖାକାର ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ସରକାରୀ ପାଣ୍ଠି ଦାୟିତ୍ୱରେ ଥିବା କିଛି ଅଧିକାରୀ ନିକଟରେ କୋଟି କୋଟି ଟଙ୍କାର ଅନିୟମିତତା କରିଥିବା ଏଜିଙ୍କ ଦୃଷ୍ଟିକୁ ଆସିଛି l ଏପରିକି ଅନୁଗୋଳ ଜିଲ୍ଲାର ଜଣେ କର୍ମଚାରୀ ମାସକୁ 14 ଲକ୍ଷ ଟଙ୍କା ଡିଏ ବାବଦରେ ସରକାରୀ ଅର୍ଥ ଆତ୍ମସାତ କରୁଥିଲେ ଯାହାକି ରାଜ୍ୟ ମୁଖ୍ୟ ଶାସନଙ୍କ ଦରମା ଠାରୁ ମଧ୍ୟ ଅଧିକ l ଏହିଭଳି ବହୁ କେସ ଏଜି ସ୍କାନରରେ ଧରାପଡିଛନ୍ତି l ଅନ ଲାଇନ ଯୁଗରେ ଏଭଳି ଅର୍ଥ ଆତ୍ମସାତକୁ ନୂତନ ଭାବେ କାର୍ଯ୍ୟକାରୀ କୃତିମ ବୁଦ୍ଧିମତା ବଳରେ ଧରାଯିବ l ଯେଉଁମାନେ ଏହି ଭଳି ଅନିୟମିତତା କାର୍ଯ୍ୟରୁ ନିବୃତ ନ ହେଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଲେଖାଯିବ l ଅନ୍ୟ ମାନଙ୍କ ମଧ୍ୟରେ ଉପ ମହାଲେଖାକାର ସଞ୍ଜୟ କୁମାର, ବିକାଶ କୁମାର ଓ ଭୀମଲେଶ କୁମାର ଯୋଗ ଦେଇଥିଲେ l ବରିଷ୍ଠ ଲେଖାଧିକାରୀ ଭି. ଆନନ୍ଦ ଭଟ୍ଟ ସ୍ୱାଗତ ଭାଷଣ ଦେଇଥିବାବେଳେ, କୃଷ୍ଣଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅପରାହ୍ନରେ ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ସନ୍ତୋଷ କୁମାର ନାୟକଙ୍କ ଦ୍ୱାରା ବାଲୁକା କଳାକୁ ପ୍ରଧାନ ମହାଲେଖାକାର ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ,ଦୁର୍ଗା ଶଙ୍କର ପରିଡା, ରାଜେଶ ସିଂହ ଓ ଦୀପ୍ତି ରଞ୍ଜନ ରାଏ ପରିଚାଳନା କରିଥିଲେ lପୁରୀ ଅଫିସ କାର୍ଯ୍ୟାଳୟରେ ଅନୁଷ୍ଠିତ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଅଡିଟ ମହାଲେଖାକାର ପ୍ରତ୍ୟକ୍ଷ କରିବା ସହ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥବା କଳା କାରୁକାର୍ଯ୍ୟକୁ ପ୍ରଶଂସା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply