Home / ମୁଖ୍ୟ ଖବର / ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ।ଫାଇନାଲରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ।ଫାଇନାଲରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼

img 20251122 wa0002

ନୟାଗଡ଼,ତା-୨୧.୧୧.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ନୟାଗଡ଼ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଦ୍ୱାରା ଆୟୋଜିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିବସ ଶୁକ୍ରବାର ଦିନ ୨ୟ ସେମିଫାଇନାଲ ଖେଳ ଏମ.କେ.ଏସ.ସି, ବକ୍ସର, ବିହାର ବନାମ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ମଧ୍ୟରେ ହୋଇଥିଲା।

145987

ଏଥିରେ ବରଗଡ଼ ଦଳ ୧ – ୦ ଗୋଲରେ ବିଜୟୀ ହୋଇ ଦ୍ବିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ଖେଳର ୭ମ ମିନିଟରେ ବରଗଡ଼ ଦଳର ୨୦ ନଂ ଜର୍ସି ଖେଳାଳି ଭରତ ମୁଣ୍ଡାଙ୍କ ଏକ ଗୋଲ ଦଳକୁ ୧- ୦ ଗୋଲରେ ଅଗ୍ରଣୀ କରାଇଥିଲା। ଖେଳର ଦ୍ବିତୀୟାର୍ଦ୍ଧରେ ଉଭୟ ଦଳର ଖେଳାଳି ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ବିହାର ଦଳ କୌଣସି ଗୋଲ କରି ପାରି ନଥିବା ଫଳରେ ବରଗଡ଼ ୧-୦ ରେ ବିଜୟୀ ହୋଇଥିଲା। ମୁଖ୍ୟଅତିଥି ଭାବେ ମାନ୍ୟବର ନୟାଗଡ ବିଧାୟକ ଶ୍ରୀଯୁକ୍ତ ଡଃ ଅରୁଣ କୁମାର ସାହୁ, ଆର.ସି.ଏମ.ସି ଅଧ୍ୟକ୍ଷ ମାମୁନି ରୌଫ, ସାମାଜିକ କର୍ମୀ ବିଭୁଦତ୍ତ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ତାପସ ରଞ୍ଜନ ପାଢ଼ୀ, ସାମାଜିକ କର୍ମୀ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଆସୋସିଏସନ ସଭାପତି ସତ୍ୟନାରାୟଣ ପ୍ରଧାନ ଓ କର୍ମକର୍ତ୍ତାଙ୍କ ସହ ଖେଳର ପ୍ରଥମାର୍ଦ୍ଧ ପରେ ପଡିଆରେ ରେଫରୀ ଓ ଖେଳାଳିମାନଙ୍କ ସହ ପରିଚୟ ଆଦାନପ୍ରଦାନ ସହ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ପରିଶେଷରେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ବରଗଡ ଦଳର ୨୦ ନଂ ଜର୍ସି ଖେଳାଳି ଭରତ ମୁଣ୍ଡାଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ରବିବାର ଦିନ ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ବନାମ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply