Home / ମୁଖ୍ୟ ଖବର / ନୟାଗଡ଼ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

img 20251122 wa0003

ନୟାଗଡ଼,ତା-୨୧.୧୧.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ନୟାଗଡ଼ ପଞ୍ଚାୟତ ସମିତି ଏକାଦଶ ସାଧାରଣ ଅଧିବେଶନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

146051

ଏହି ବୈଠକରେ ଅତିଥି ଭାବେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ରଣସିଂ, ଶ୍ରୀଯୁକ୍ତ କ୍ଷୀରୋଦ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ ବିଡିଓ ଐଶ୍ଵର୍ଯ୍ୟା ଭୂୟାଁ ବୈଠକକୁ ପରିଚାଳନା କରିଥିଲେ । ବିଭିନ୍ନ ସରକାରୀ ଯୋଜନା ଅର୍ଥକୁ କିଭଳି ସଠିକ ଭାବେ ବ୍ୟୟ କରାଯିବ ସେ ନେଇ ଆଲୋଚନା ରଖିଥିଲେ । ସାମୁହିକ ଭିତ୍ତିଭୂମୀ ସୃଦୃଢ଼ କରିବା ସହ ଜନହିତକର ଯୋଜନା ସଠିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦ ଦିନ ବାଦ ନୟାଗଡ଼ ବ୍ଲକର ସମସ୍ତ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିଥିଲେ । ଏହି ବୈଠକରେ ପୂର୍ବ ବୈଠକ ବିବରଣୀ ଉପସ୍ଥାପନ ସମୟରେ ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ବିଭିନ୍ନ ପଞ୍ଚାୟତରେ ଆଲୋକିକରଣ ପାଇଁ ଲଗାଯାଇଥିବା ଲାଇଟ ଗୁଡ଼ିକ ଅଚଳ ହୋଇପଡ଼ିଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀମାନେ ସହାୟତା ପାଇ ପାରୁନଥିବା ମଧ୍ୟ ଅଭିଯୋଗ କରିଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କିଭଳି ହିତାଧିକାରୀଙ୍କୁ ସଠିକ ସମୟରେ ସହାୟତା ମିଳିବ ସେ ନେଇ ଆଲୋଚନା ହୋଇଥିଲା । ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବ୍ଲକର ସମସ୍ତ କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଯୋଗ ଦେଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply