Home / ମୁଖ୍ୟ ଖବର / ଖୋଖୋ ପ୍ରତିଯୋଗିତା ବାଳିକା ବର୍ଗରେକିସ ୟୂନିଭରସିଟି ଚମ୍ପିୟାନ

ଖୋଖୋ ପ୍ରତିଯୋଗିତା ବାଳିକା ବର୍ଗରେକିସ ୟୂନିଭରସିଟି ଚମ୍ପିୟାନ

img 20251128 wa0012

ପୁରୀ ୨୮/୧୧/୨୦୨୫- ୧୩ ତମ କନିଷ୍ଠ ରାଜ୍ୟ ଖୋ ଖୋ ଚାମ୍ପିଅନସିପ୍ ୨୦୨୫ ବାଳକ ଏବଂ ବାଳିକା ବର୍ଗ ମଧ୍ୟରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପରିସରରେ ଚଳିତ ମାସ ୨୬ ତାରିଖ ଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ।ଆଜି ବାଳିକା ବିଭାଗର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲ୍ ଓଡିଶା ଖୋ ଖୋ ସଂଘର ସଭାପତି ଡ଼ ନାରାୟଣ ପାତ୍ର,ଅଲ୍ ଇଣ୍ଡିଆ ଖୋ ଖୋ ସଂଘର ଉପ ସଭାପତି ତଥା ଓଡ଼ିଶା ଖୋ ଖୋ ଆସୋସେସନ୍ ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ପିପିଲି ସାଂସ୍କୃତିକ ପରିଷଦ ର ଉପ ସଭାପତି ଦୀନବନ୍ଧୁ ବେଉରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଏବଂ ଓଡ଼ିଶା ଖୋ ଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଯୋଗଦାନ କରି ଉତ୍ତୀର୍ଣ୍ଣ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ବିତରଣ କରିଥିଲେଲେ।ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି। ପାଠ ସହ କ୍ରିଡା ପ୍ରତି ମନୋନିବେଶ କରି ଖେଳାଳି ମାନେ ଭବିଷ୍ୟତ ଗଠନ କରି ପାରିବେ ବୋଲି ସାଂସଦ ଡା ପାତ୍ର ସୂଚନା ଦେବା ସହ ଖୋ ଖୋ ଖେଳରେ ରାଜ୍ୟ ଚମ୍ପିୟାନ ହେଲେ ସେମାନ ଙ୍କୁ ପ୍ରଧାନ ମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ ଓ ଫଟୋ ଉଠାଇବାର ବ୍ୟବସ୍ଥା ସେ କରିବେ ବୋଲି କରିଥିଲେ । ଭାରତ ବର୍ଷରେ ଓଡ଼ିଶା ଖୋ ଖୋ ସଫଳତାର ଶ୍ରେୟ ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର ଙ୍କ ଅବଦାନ ସମ୍ପର୍କରେ ଡା ପାତ୍ର ଆଲୋକପାତ କରିଥିଲେ। ଆଜିର ମ୍ୟାଚରେ ପୁରୀ ଦଳ କଟକ ଦଳ କୁ, ବାଲେଶ୍ଵର ଦଳ କେନ୍ଦୁଝର ଦଳ କୁ, ଜଗତସିଂହପୁର ଦଳ ଗଞ୍ଜାମ ଦଳକୁ ଓ କିସ୍ ୟୁନିଭରସିଟ ଦଳ ବଲାଙ୍ଗୀର ଦଳକୁ ପରାସ୍ତ କରି ସେମିଫାଇନାଲ ରେ ପ୍ରବେଶ କରିଥିଲେ ଏବଂ ସେମିଫାଇନାଲ ମ୍ୟାଚରେ ପୁରୀ କୁ ଜଗତସିଂହପୁର ଓ ବାଲେଶ୍ଵର କୁ କିସ୍ ୟୁନଭରସିଟ ପରାସ୍ତ କରି ଫାଇନାଲ ମ୍ୟାଚ୍ ଖେଳିଥିଲେ । ଫାଇନାଲରେ କିସ୍ ୟୁନଭରସିଟ ଜଗତସିଂପୁର କୁ ୧୪ ପଏଣ୍ଟ ରେ ପରାସ୍ତ କରି ଶ୍ରେଷ୍ଠ ବିଜେତା ହୋଇଛନ୍ତି।ଉତ୍ତମ କ୍ରୀଡ଼ା ପାଇଁ ଶ୍ରେଷ୍ଠ କ୍ରୀଡାବିତ ଭାବେ ପୁରୀର ଅଙ୍କିତା ପ୍ରଧାନ, ଜଗତସିଂହପୁର ର ଶୁବାସିନି ନାଥ,ବାଲେଶ୍ଵରର ଲକ୍ଷ୍ମୀପ୍ରିୟା ମୁର୍ମୁ,କେନ୍ଦୁଝରର ନିକିତା ନାୟକ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ଡିପେଣ୍ଡର ଭାବେ ପୁରୀର ଅର୍ଚ୍ଚନା ପ୍ରଧାନ,ଜଗତସିଂହପୁର ର ଦେବସ୍ମିତା ଦାସ ଓ ନିଶାରାଣୀ ରାଇତା ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ପୁରୀ ଜିଲ୍ଲା ତୃତୀୟ ସ୍ଥାନରେ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଜଗତସିଂହପୁର ଏବଂ କିସ୍ ୟୁନଭରସିଟି ପ୍ରଥମ ସ୍ଥାନ ଅଧିକାର କରିଥିଲା ।ଅତିଥି ମାନଙ୍କ ଦ୍ଵାରା ସମସ୍ତ ବିଜେତା ଦଳଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।ଚଳିତ ମାସ ୨୯ ତାରିଖ ଠାରୁ ୦୧ ତାରିଖ ପର୍ଯ୍ୟନ୍ତ ବାଳକ ମାନଙ୍କ ମଧ୍ୟରେ କ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଅଲ୍ ଓଡିଶା ଖୋ ଖୋ ସଂଘର ଉପ ସଭାପତି ଶ୍ରୀ ମିଶ୍ର ଅବଗତ କରାଇଛନ୍ତି। ଏଠାରେ ଯେଉଁ ଦଳ ବିଜେତା ହେବ ସେମାନେ ଆସନ୍ତା ଡିସେମ୍ବର ମାସ ୩୦ ତାରିଖ ରେ ୪୪ ତମ ଜୁନିଅର ନ୍ୟାସନାଲରେ ଭାଗନେବାକୁ କର୍ଣ୍ଣାଟକ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବେ ବୋଲି ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମକୁ ଶାରିରୀକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply