Home / ମୁଖ୍ୟ ଖବର / କାକଟପୁର ବ୍ଲକ ରେ ମନ୍ତ୍ରୀଙ୍କ ଦ୍ୱାରା ଖାଉଟି କାର୍ଡ ବଣ୍ଟନ l

କାକଟପୁର ବ୍ଲକ ରେ ମନ୍ତ୍ରୀଙ୍କ ଦ୍ୱାରା ଖାଉଟି କାର୍ଡ ବଣ୍ଟନ l

whatsapp image 2026 02 09 at 8.58.08 pm

କାକଟପୁର ୯/୨ 🙁 ତୁଷାର ଦୀକ୍ଷିତ ) ସୋମବାର କାକଟପୁର ବ୍ଲକ ସମ୍ମିଳନୀ କକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ରେ ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ କୁମାର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ,

whatsapp image 2026 02 09 at 8.58.08 pm

କାକଟପୁର ବ୍ଲକ ଯୋଗାଣ ଅଧିକାରୀ ଶକୁନ୍ତଳା ନାୟକ, ପ୍ରମୁଖ ଯୋଗଦେଇ ନୂତନ ଭାବେ କରାଯାଇଥିବା ଖାଉଟି କାର୍ଡ କୁ ୯୩ ଜଣ ହିତାଧିକାରୀ ଙ୍କୁ ବଣ୍ଟନ କରିଥିଲେ l ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ହିତାଧିକାରୀ ଙ୍କୁ ମାଗଣା ରାସନ ଯୋଗାଇଦେବା ରାଜ୍ୟ ସରକାର ଙ୍କ ଲକ୍ଷ୍ୟ ସହିତ, କେହି ଯେପରି ଏଥିରୁ ବାଦ ନପଡ଼ନ୍ତି ସରକାର ସେଥିପାଇଁ ପ୍ରତିଶୃତି ବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ l ଅପରପକ୍ଷରେ ସ୍ଥାନୀୟ ବିଜେପି ନେତା ବାଇଧର ମଲ୍ଲିକ ଙ୍କ ଉପସ୍ଥିତି କୁ ଅଞ୍ଚଳ ର ବିଜେପି ନେତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply