Home / ମୁଖ୍ୟ ଖବର / କୋଣାର୍କ ନୃତ୍ୟ ଉତ୍ସବ,ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳା ସମୀକ୍ଷା ବୈଠକ

କୋଣାର୍କ ନୃତ୍ୟ ଉତ୍ସବ,ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳା ସମୀକ୍ଷା ବୈଠକ

img 20251129 wa0004

ପୁରୀ ୨୯/୧୧ କୋଣାର୍କ ଠାରେ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୩୬ ତମ କୋଣାର୍କ ନୃତ୍ୟ ଉତ୍ସବ ଓ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବ ୧୫ ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ।ସେହିପରି ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା।ଏହି ଉତ୍ସବ ଓ ମେଳା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରିବା ନିମିତ୍ତ ଏକ ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କୋଣାର୍କ ନୃତ୍ୟ ମହୋତ୍ସବ,ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳା ଆୟୋଜନ ହେଉଛି।ଏକ ସମୟରେ ଏହି ଊତ୍ସବ ଆୟୋଜିତ ହେଉଥିବାରୁ ବିପୁଳ ଜନ ଗହଳି ର ଆଶା କରାଯାଉଛି।ଏହାକୁ ସମସ୍ତ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପୂର୍ବ ପ୍ରସ୍ତୁତି ବୈଠକରେ ଗମନାଗମନ ସୁବିଧା, ପରିସ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି କୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି କାର୍ଯ୍ୟ ଗୁଡ଼ିକ ର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।ଯେଉଁ ବିଭାଗକୁ ଯାହା ଦାୟିତ୍ୱ ଦିଆଯାଇଥିଲା ତାହାକୁ ସେମାନେ କରାଇଛନ୍ତି।ଆଉ କିଛି କିଛି କାମ ଯାହା ଅବଶିଷ୍ଟ ରହିଛି ତାହାକୁ ଯୁଦ୍ଧ କାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଏହା ଯେହେତୁ ଏକ ଅନ୍ତର୍ଜାତୀୟ ଉତ୍ସବ ତେଣୁ ସମସ୍ତ କାର୍ଯ୍ୟ କୁ ଉଚ୍ଚ ମାନର ଓ ନିଷ୍ଠାର ସହ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପାର୍କିଂ ସ୍ଥଳ ବ୍ୟବସ୍ଥା ,ପାନୀୟ ଜଳ ବ୍ୟବସ୍ଥା, ଅଧିକ ଶୌଚାଳୟ ଇତ୍ୟାଦି ସହ ବ୍ୟବହାର ଉପଯୋଗୀ, ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା,ଅଧିକ ସିସିଟିଭି ବ୍ୟବସ୍ଥା, ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା,ରାସ୍ତା ଘାଟ ମରାମତି ଓ ପାଚେରୀ ରଙ୍ଗ ବ୍ୟବସ୍ଥା, କଳାକାର ଓ ଷ୍ଟଲ ପାଇଁ ଆସିଥିବା ବ୍ୟକ୍ତି ମାନଙ୍କ ରହଣୀ ବ୍ୟବସ୍ଥା,,ଆଇନ ଶୃଙ୍ଖଳା, ଟ୍ରାଫିକ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରାଯାଇ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ତ ବ୍ୟବସ୍ଥା କୁ ଚୁଡାନ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା।ସେହିପରି ପ୍ରତ୍ୟହ୍ୟ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ,କଳାକାର ମାନଙ୍କୁ ସମସ୍ତ ସହଯୋଗ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଡିଏଫଓ ମଗର ଧନଜ ରାଓସୋ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଓଟିଡିସିର ଜିଏମ ଧର୍ମେନ୍ଦ୍ର ମଲ୍ଲିକ, ଏସ ଇ ସୁନୀଲ ବେହେରା,
ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡିଆଇବିର ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ,ଗୋପ ବିଡ଼ିଓ ଛବିରାଣୀ ସାହୁ,ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,କୋଣାର୍କ ଏନଏସି ର ପୌର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ,ମିଶନ ଶକ୍ତି ର ଡିପିସି ସ୍ବାଗତିକା ପରିଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply