Home / ମୁଖ୍ୟ ଖବର / କେନ୍ଦ୍ର ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘର ବର୍ଷାନ୍ତ ଅଧିବେଶନ

କେନ୍ଦ୍ର ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘର ବର୍ଷାନ୍ତ ଅଧିବେଶନ

img 20251129 wa0006

ପୁରୀ, ତା ୨୯-୧୧ କେନ୍ଦ୍ର ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ପୁରୀ ଜିଲ୍ଲାର ବର୍ଷାନ୍ତ ଅଧିବେଶନ ସ୍ଥାନୀୟ ସେନାପତି ବଗିଚା ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଅଧିବେଶନରେ ସମ୍ପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ ଭାରତ ପେନସନର୍ ସମାଜ ତରଫରୁ ଆଗାମୀ ଡିସେମ୍ବର ତିନି ତାରିଖ ଦିନ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାଅଧିବେଶନ ସମ୍ପର୍କରେ ଆଲୋଚନା କରିଥିଲେ।ଅଷ୍ଟମ ବେତନ କମିଶନ ପେନସନ ଭୋଗୀମାନଙ୍କ ପ୍ରତିକୂଳ ସିଦ୍ଧାନ୍ତ ନେଲେ ,ଏହାର ବିରୋଧ କରିବାକୁ ସ୍ଥିର କରା ଯାଇଥିଲା।ସଂଘର ଉପଦେଷ୍ଟା ବିମଳ ପ୍ରସାଦ ମହାନ୍ତି ଓ ଲୋକନାଥ ମିଶ୍ର ଗଣମାଧ୍ୟମ ବିଶେଷଜ୍ଞ, ସଦସ୍ଯ ମାନସ ରଂଜନ ମହାପାତ୍ର ସହାୟକ ସମ୍ପାଦକ ମନୋଜ କୁମାର ସାମଲ ,କୋଷାଧ୍ୟକ୍ଷ କିଶୋର କୁମାର ପଟ୍ଟନାୟକ ଓ ଅନ୍ଯାନ୍ଯ ସଦସ୍ଯମାନେ ଆଲୋଚନାରେ ଭାଗ ନେଇଥିଲେ।ଭାରତର ଚାରିଧାମ ପରି ଶ୍ରୀ ଜଗନ୍ନାଥ ଧାମରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲଥ ସ୍କିମ୍ ର ଚିକିତ୍ସା କେନ୍ଦ୍ର ତୁରନ୍ତ ସ୍ଥାପନ କରାଯିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସ୍ଥିର କରାଗଲା।ସର୍ବଶେଷରେ ସଂଘର ଉପସଭାପତି ଦର୍ପେନ୍ଦ୍ର ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply