ପୁରୀ: ୧୯/୦୬/୨୦୨୫ – ତୃପ୍ତି ମୟୀ ଜେନା – ‘ଶ୍ରୀ ଶ୍ରୀକ୍ଷେତ୍ର ସୁଚନା’ ପକ୍ଷରୁ ଆୟୋଜିତ ୨୩ ତମ ଲୋକମେଳା ଓ ୧୬ ତମ କୃଷିମେଳା ସ୍ବର୍ଣ୍ଣାଭ ବେଳାଭୂମି ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର୍ ମହାନ୍ତି ଙ୍କ ପରିଚାଳନ ରେ ଅନୁଷ୍ଠିତ ଏହି ଉତ୍ସବରେ ହିମାଂଶୁ ଖାଟୁଆ, ପରିଚାଳନା ନିର୍ଦେଶକ, କାଲିଙ୍ଗ ଟିଭି , ପ୍ରଜ୍ଞାଶ୍ରୀ ପ୍ରିୟମ୍ବଡା OAS (S), ରେଜିଷ୍ଟ୍ରାର୍ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ, ପ୍ରେମାନନ୍ଦ, ମହାନ୍ତି ସଭାପତି, ପୁରୀ ବାର୍ ଆସୋସିଏସନ , ସରତ ଚନ୍ଦ୍ର ରାଇଗୁରୁ, ପୁରୀ ବାର୍ ଆସୋସିଏସନର ସମ୍ପାଦକ, ମାନସ କୁମାର ବାରିକ, ସଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର, ପୁରୀ , ଶ୍ୱେତପଦ୍ମା ସ୍ୱାଇଁ, ଭାରାପ୍ରାପ୍ତ ଅଧିକାରୀ ସିଂହଦ୍ଵାର ଥାନା,ଉମାପତି ବେହେରା ଉପ ନିର୍ଦେଶକ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ପୁରୀ, ଭଗବାନ୍ ସୁପକାର, ବିଶିଷ୍ଟ ସେବାୟତ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ, ଭକ୍ତ ଚରଣ ଦାସ, ପୂର୍ବତନ ସଭାପତି, ଜଗନ୍ନାଥ ବଲାଭ ଏଣ୍ଡୋମେଣ୍ଟ ଟ୍ରଷ୍ଟ, ପୁରୀ, ଚିତ୍ତରଂଜନ ବିଶ୍ଵାଳ, ବିଶିଷ୍ଟ ସମାଜସେବୀ ପୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ସାଂସ୍କୃତିକ ଦଳ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ କୁ ଉଦଘୋଷକ ଚଂଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିଲେ I ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସଂତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ପରେ ପରେ ଭାରତ ବର୍ଷର ବାଇଶିଟି ରାଜ୍ୟ ପ୍ରାୟ ପାଞ୍ଚଶତ କଳାକାର ଙ୍କ ନୃତ୍ୟ ରେ ନାଚି ଉଠିଥିଲା ସ୍ବର୍ଣ୍ଣାଭ ବେଳାଭୂମି । ଏତଦବ୍ୟତୀତ ଆୟୋଜିତ କୃଷିମେଳାରେ ଭାରତ ବର୍ଷ ର ବିଭିନ୍ନ ରାଜ୍ୟ, ବିଭିନ୍ନ ବିଭାଗ ଓ ଓଡ଼ିଶାର ଅନେକ କୃଷି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ଏହି ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଶିବସୁନ୍ଦର ମିଶ୍ର , ରିତେଶ କୁମାର ମହାନ୍ତି, ବିଦ୍ରୋହ କେଶରୀ ସିଂହ, ନାରାୟଣ ପାତ୍ର, ସତ୍ୟବ୍ରତ ଦାସ, ଦେବେନ୍ଦ୍ର ମହାପାତ୍ର, ପ୍ରଦ୍ୟୁମ୍ନ ସାଥୁଆ ସୌମ୍ୟରଞ୍ଜନ ମିଶ୍ର , ନୃସିଂହ ଚରଣ ଦାଶ ଏଵଂ ଅନ୍ୟ ସଦସ୍ୟ ବୃନ୍ଦ।











