Home / ମୁଖ୍ୟ ଖବର / ଜିଲ୍ଲା ସୁରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୫ ପାଳିତ

ଜିଲ୍ଲା ସୁରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୫ ପାଳିତ

img 20251203 wa0003

ପୁରୀ : ୩/୧୨/୨୦୨୫- ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ, ସମଗ୍ର ଶିକ୍ଷା ପୁରୀ ଜିଲ୍ଲା ଦ୍ବାରା ବିଶ୍ବମ୍ଭର ବିଦ୍ୟାପୀଠ ପରିସରରେ ଏକ ବରଣାଜ୍ୟ ଉତ୍ସବ ତା ୦୩.୧୨.୨୦୨୫ ରେ ପାଳନ କରାଯାଇଛି ।

164249
164249

ଏହି ଉତ୍ସବରେ ଏଗାର ଟି ବ୍ଲକର ୧୬୭ଜଣ ଛାତ୍ର ଛାତ୍ରୀ ଅଂଶ କରିଥିଲେ । ୪୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କ ସମେତ ଗାଇଡ ଶିକ୍ଷକ ଏବଂ ଅଭିଭାବକ ଯୋଗ ଦେଇଥିଲେ । ବ୍ଲକ ସ୍ତରରେ ପ୍ରତିଯୋଗିତା ସଙ୍ଗୀତ, ଚିତ୍ରାଙ୍କନ, ମୁଜିକ ଚେୟାର,ଲକ୍ଷଭେଦ ପ୍ରଭୃତି ଆୟୋଜନ କରାଯାଇଥିଲା । ବ୍ଲକ ସ୍ତରରେ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଜିଲ୍ଲା ସ୍ତରରେ ପ୍ରତି ବ୍ଲକରୁ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା ।ସମଗ୍ର ଶିକ୍ଷା, ପୁରୀ ର ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ସଭା ପର୍ବର ପ୍ରଥମ ଅଧୂବେଶନ ଆରମ୍ଭ କରାଯାଇଥିଲା । ବିଶ୍ବମ୍ଭର ବିଦ୍ୟାପୀଠ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଶିଷ୍ଟ ଅତିଥ୍‌ ଭାବରେ ଶ୍ରୀ ଶରତ ଚନ୍ଦ୍ର ବେହେରା, ଅତିରିକୁ ଜିଲ୍ଲାପାଳ ଯୋଗ ଦେଇ ଦିବସ ର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା, ସୃଜନଶୀଳତା ଉପରେ ଗୁରୁତ୍ୱ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥ୍‌ ଭାବରେ ଡ଼ ମାନସ ରଞ୍ଜନ ଦାସ,ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ, ପୁରୀ, ଦ୍ବିତୀକାନ୍ତ ପ୍ରଧାନ, ଅତିରିକୁ ଜିଲ୍ଲା ଶିକ୍ଷା ଅଧୂକାରୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ବିଶ୍ବମ୍ଭର ବିଦ୍ୟାପୀଠ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଟି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପ‌ତ୍ର ଓ ପୁରସ୍କୃତ କରଯାଇଥିଲା । ଏହି ଉତ୍ସବରେ ସୁରେଶ୍ବର ତ୍ରିପାଠୀ ଓ ରଶ୍ମୀତା ଦାସ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ କାର୍ତ୍ତିକେଶ୍ବର ପ୍ରଧାନ ଦିବସ ର ଉଦ୍ଦେଶ୍ୟ ଏବଂ ଆବଶ୍ୟକ‌ତା ସମ୍ବନ୍ଧରେ ଅବଗତ କରାଇଥିଲେ । ଉକ୍ତ କାର୍ଯକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ବିଚିତ୍ରାନନ୍ଦ ଜେନା, ନାରାୟଣ ଚନ୍ଦ୍ର ମହାନ୍ତି, ବରଦା ପ୍ରସନ୍ନ ରାଉତ, ମମତା ବେହେରା, କମଳା କାନୁ ରଥ ପ୍ରଭୃତି ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ ବ୍ଲକ ର ବ୍ଲକ ସାଧନ କର୍ମୀ ମାନେ ଯୋଗ ଦେଇ ଭିନ୍ନକ୍ଷମ ପିଲାମାନଙ୍କ ମନୋବଳ ବଢେଇ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply