Home / ମୁଖ୍ୟ ଖବର / ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପୁରୀ ବକ୍ସିଂ ଏକାଡେମୀର ସଫଳତା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପୁରୀ ବକ୍ସିଂ ଏକାଡେମୀର ସଫଳତା

whatsapp image 2025 12 04 at 20.11.32 feb6bc8a

ପୁରୀ: ତା ୪/୧୨/୨୦୨୫ ରିଖ ଗୁରୁବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯଶୋଦା ବିଷ୍ଣୁ ଏନଏମପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସୁନ୍ଦରଗଡ ଆନୁକୂଲ୍ୟରେ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଷ୍ଟିଯୁଦ୍ଧ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।

ଏହି ଚୟନ ପ୍ରତିଯୋଗିତାରେ ପୁରୀ ବକ୍ସିଂ ଏକାଡେମୀରୁ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନେ ନିଜ ନିଜ ମାଧ୍ୟମିକ ବିଦ୍ୟାଳୟ କୁ ପ୍ରତିନିଧିତ୍ଵ କରି ବୃହତ ସଫଳତା ହାସଲ କରିଛନ୍ତି ଓ ଏହା ସହ ଚୟନ ହୋଇଥିବା ଖେଳାଳିମାନେ ୧୯ ରୁ କମ୍ ଜାତୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶାକୁ ପ୍ରତିନିଧିତ୍ଵ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବାଳକ ବର୍ଗରେ ପ୍ରକାଶ ବାନାର୍ଜୀ, ଲୋକନାଥ ବେହେରା, ଚନ୍ଦନ ଥାପା, ଅଂଶୁ ନାୟକ, ବସନ୍ତ କୁମାର ବେଜ, ଇଦ୍ରଜିତ୍ ରାଏ, ବିଶ୍ୱଜିତ ରାଏ, ଲିକୁ ଖାଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅର୍ଯ୍ୟ ଅମିତ୍ରାଂଶୁ ପଣ୍ଡା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବାଳିକା ବର୍ଗରେ ଇତିଶ୍ରୀ ପଳେଇ ଓ ମିକିଲ ନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ପୁରୀ ବକ୍ସିଂ ପ୍ରତିଷ୍ଠାତା ସୁଦର୍ଶନ ସାହୁ,ବିଶ୍ୱ ଭୂଷଣ ପଣ୍ଡା,ପ୍ରଫୁଲ ମିଶ୍ର, ସୂର୍ଯ୍ୟ ପ୍ରସାଦ ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ରଘୁନାଥ ଦଳ, ପ୍ରଦୀପ ଦାସ, ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply