Home / ମୁଖ୍ୟ ଖବର / ଆଇନ ସଚେତନତା ଶିବିର ।

ଆଇନ ସଚେତନତା ଶିବିର ।

whatsapp image 2025 12 10 at 16.08.57 f28c343f

ପୁରୀ: ୧୦/୧୨/୨୦୨୫ – ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଜଜ୍ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୧୦. ୧୨.୨୦୨୫ ରିଖରେ ଦିବା ୧୧.୩୦ ଘଟିକା ସମୟରେ ଗଦାଧର ଉଚ ବିଦ୍ୟାଳୟ ଠାରେ ଆଇନ ସେବା ପ୍ରାକରଣ ତରଫରୁ ମାନବ ଅଧିକାର ଦିବସ ଉପଲକ୍ଷେ ଏକ ଆଇନ ସଚେତନତାକାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୁକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧୁକରଣର ତରଫରୁ ଏକ ଆଇନ ସଚେତନତା କାର୍ଯକ୍ରମ ପରିଚାଳନା କରାଯାଇଥିଲା । ଆଜିର ଏହି କାର୍ଯକ୍ରମରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ନିଜ ବକ୍ତବ୍ୟରେ ମାନବାକାର ଭାରତୀୟ ସମ୍ବିଧାନରେ ବିଭିର୍ନ ଧାରାରେ ମୌଳିକ ଅଧିକାର ରୂପରେ ଅନ୍ତର୍ଭୁକ୍ତ କରାଯାଇଛି, ତାହା ସମ୍ପର୍କରେ ଆଲୋଚନା କରିଥିଲେ । ମାନବ ଅଧିକାର କିପରି ଜୀବନ, ମର୍ଯ୍ୟଦା, ସ୍ଵାଧୀନତା ଓ ସମାନତା ଉପରେ ପର୍ଯବେଶୀତ ତା ସମ୍ପର୍କରେ ତଥ୍ୟ ଆଲୋକପାତ କରିଥିଲେ, ଏଥିସହିତ ଆଇନ ସେବା ପ୍ରାକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିର୍ନବିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାକାରୀ, ଲୋକ ଅଦାଲତ, ମଧ୍ୟସ୍ଥତାକେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା
କଣ ଏବଂ ଆଇନସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଏଥି ସହିତ ଆଇନ ସାକ୍ଷରତା କ୍ଲବର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପୋଷ୍ଟର ମେକିଂ ଆକ୍ଟିଭିଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସେଥ୍ ମଧ୍ୟରୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା I ଆଜିର ଏହି କାର୍ଯକ୍ରମରେ ଗଦାଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଆଇନ ସାକ୍ଷରତା କ୍ଲବ ପରିଚାଳନା କରୁଥିବା ଶିକ୍ଷୟତ୍ରୀ ଶ୍ରୀମତୀ ଦାଶ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷାୟତ୍ରୀବୃନ୍ଦ ଏବଂ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପ‌ଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply