ନୟାଗଡ଼,ତା-୧୧.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ନୟାଗଡ଼, ନୟାଗଡ଼ ଟାଉନ୍ ପୋଲିସକୁ ମିଳିଛି ସଫଳତା । ଦୁଇ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଦୁଇ ଚୋର ହେଲେ ନୟାଗଡ଼ ଗାନ୍ଧୀନଗରର ସୁଶାନ୍ତ ଡାକୁଆ ଓ ସଦର ଥାନା ଅନ୍ତର୍ଗତ କାଳିକାପ୍ରସାଦ ପଞ୍ଚାୟତ ସିପାହୀ ଅଶୃଢିପା ଗାଁର ବିଷ୍ଣୁ ପ୍ରସାଦ ରାଉତ (ଗଣେଶ) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ନୟାଗଡ଼ ଖଣ୍ଡପଡା ରୋଡ ଆରସିଏମ୍ ମାର୍କେଟ ନିକଟରେ ଥିବା ଜଣେ ଆଇନଜିବୀଙ୍କ ଦୋକାନରୁ କିଛି ଦୁର୍ବୃତ୍ତ ଚଳିତ ମାସ ୫ତାରିଖ ରାତିରେ ଦୋକାନରୁ ଚୋରି କରି ନେଇଥିବା ନେଇ ନୟାଗଡ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ଟାଉନ୍ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ଚୋର ପାଖରେ ପହଞ୍ଚିଥିଲା ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଲାପଟପ୍, ଡେକ୍ସଟପ୍, ପ୍ରିଣ୍ଟର ଇତ୍ୟାଦି ଜବତ କରିବା ସହ ଦୁଇ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଇନ୍ସିପେକ୍ଟର ଶିବରଂଜନ ସିଙ୍ଘା,ଏଏସଆଇ ବେଣୁଧର ମିଶ୍ର ତଦନ୍ତ କରି ଚୋର ଧରିବାରେ ସଫଳ ହୋଇଥିବା ନେଇ ନୟାଗଡ ଟାଉନ୍ ଥାନା ଅଧିକାରୀ ରଶ୍ମୀରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।











