Home / ମୁଖ୍ୟ ଖବର / ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର।

ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର।

whatsapp image 2025 12 10 at 18.04.29 a872dd0b

ନୟାଗଡ଼,ତା -୧୦.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

whatsapp image 2025 12 10 at 18.04.29 56ba5d7e

ତତସହ ଆଗାମୀ ତା୨୦.୧୨.୨୦୨୫ରିଖ ସନ୍ଧ୍ୟା ୬ ଘଟିକା ସମୟେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ପିଡବ୍ଲୁଡି ବଙ୍ଗଳା ରୋଡ଼ ପର୍ଯ୍ୟନ୍ତ ‘ମଶାଲ ଶୋଭାଯାତ୍ରା’ର ଆୟୋଜନ କରାଯିବା ନିମନ୍ତେ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଅଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ସାହୁ, ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରୀତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ କୁମାର ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓମପ୍ରସାଦ ପ୍ରଧାନ, ଆଶୀର୍ବାଦ ପ୍ରଧାନ, ରାକେଶ କୁମାର ସିଠ, କାହ୍ନୁଚରଣ ଘଡେଇ, ଶୁଭମ କୁମାର ସଲ, ଅବଦୁଲ ଅଜିମ ଖାଁ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply