Home / ମୁଖ୍ୟ ଖବର / ପୁରୀରେ ନୂତନ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ; ଶ୍ରୀମନ୍ଦିରରେ ଦର୍ଶନ-ଆଶୀର୍ବାଦ

ପୁରୀରେ ନୂତନ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ; ଶ୍ରୀମନ୍ଦିରରେ ଦର୍ଶନ-ଆଶୀର୍ବାଦ

whatsapp image 2025 12 12 at 19.19.50 b5f524d6

ପୁରୀ, ୧୨/୧୨/୨୦୨୫ – ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଆଜି ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚାର ତରଫରୁ ଭବ୍ୟ ସ୍ୱାଗତ ଜଣାଇ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରାଯାଇ ଦିବ୍ୟ ଆଶୀର୍ବାଦ ଗ୍ରହଣ କରାଯାଇଛି। ଏହି ଅବସରରେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରର ବହୁ ନେତା-କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ଥିଲା।

ଦର୍ଶନ ପରେ ସଭାପତି ପାଢ଼ୀ କହିଥିଲେ,“ଓଡ଼ିଶାର କୃଷକଙ୍କ ସେବା ପାଇଁ ଏହି ଦାୟିତ୍ୱ ମୋ ପାଇଁ ଗର୍ବର ବିଷୟ। ମହାପ୍ରଭୁଙ୍କ ଦର୍ଶନ ମୋତେ ଅପରିମିତ ଶକ୍ତି ଓ ସମର୍ପଣର ଅନୁଭବ କରାଇଛି। ଆମ କୃଷକଙ୍କ ଅଧିକାର ଓ ସମୃଦ୍ଧି ପାଇଁ ପୂର୍ଣ୍ଣ ନିଷ୍ଠା ସହ କାମ କରିବି।”

କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ୱାଇଁ, ଜିଲ୍ଲା ସଭାପତି ଅଜୟ ପ୍ରଧାନ, ରଞ୍ଜନ ବରାଳ, ଅର୍ଜୁନ ବରାଳ, ଅକ୍ଷୟ ମହାନ୍ତି, ପ୍ରଶାନ୍ତ ଭୁଇଁ, ବିଶ୍ୱନାଥ ପଣ୍ଡା, ବହୁଡ଼ା ପ୍ରଧାନ, ଦୀପକ ନାୟକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ନୂତନ ସଭାପତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ସଭାପତିଙ୍କ ସହ ରାଜ୍ୟସ୍ତରୀୟ କୃଷକ ମୋର୍ଚ୍ଚାର ନେତାମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ଉପେନ୍ଦ୍ର ଭଞ୍ଜ, ସଂପାଦକ ବିକ୍ରମ କେଶରୀ ରାଉତରାୟ, ଜଗନ୍ନାଥ ମହାପାତ୍ର, ଶିବ ଶଙ୍କର ଦାଶ ଓ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ୱାଇଁଙ୍କ ସହଯୋଗରେ ସଫଳ ହୋଇଥିଲା।

ଶ୍ରୀମନ୍ଦିର ସିଂହଦ୍ୱାର ଆଜି “ଜୟ ଜଗନ୍ନାଥ! ଜୟ ଓଡ଼ିଶା! ଜୟ କୃଷକ! ଜୟ ବିଜେପି!” ଧ୍ଵନିରେ ପ୍ରକମ୍ପିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply