Home / ମୁଖ୍ୟ ଖବର / କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ରେ ବେଦ ସଂଗୋଷ୍ଠୀ ଉଦ୍ଘାଟିତ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ରେ ବେଦ ସଂଗୋଷ୍ଠୀ ଉଦ୍ଘାଟିତ

whatsapp image 2025 12 12 at 19.49.07 4a7967fe


ପୁରୀ ତା. ୧୨/୧୨/୨୦୨୫ – ଅରୋଜ୍ୟୋତି ଟ୍ରଷ୍ଟ, ପୁରୀ ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ର ମିଳିତ ଆନୁକୂଲ୍ୟରେ ବେଦ ରହସ୍ୟ ଶୀର୍ଷକ ଦ୍ଵିଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ର ଉଦ୍ଘାଟନ ସତ୍ତ୍ର ଅନୁଷ୍ଠିତ ହୋଇଅଛି। ଏହି ଉଦ୍ଘାଟନ ସତ୍ତ୍ରରେ ସଦାଶିବ ପରିସର ର ନିର୍ଦେଶକ ଜ୍ୟୋତିର୍ବିଦ୍ ପ୍ର. ପ୍ରଭାତ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅରୋଜ୍ୟୋତି ଟ୍ରଷ୍ଟ, ପୁରୀର ମୁଖ୍ୟ ଡ଼. ବିପିନାନନ୍ଦ ମିଶ୍ର ସଂଗୋଷ୍ଠୀ ର ପ୍ରସ୍ତାବନା ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ର ଆବାହକ ତଥା ମହର୍ଷି ସାନ୍ଦିପନୀ ବେଦବିଦ୍ୟା ପ୍ରତିଷ୍ଠାନ, ଉଜ୍ଜୈନ ର ପୂର୍ବ ଉପାଧ୍ୟକ୍ଷ ପ୍ର. ପ୍ରଫୁଲ୍ଲ କୁମାର ମିଶ୍ର ସଂଗୋଷ୍ଠୀ ର ଆଭିମୁଖ୍ୟ ତଥା ବୈଦିକ ସାହିତ୍ୟ ର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ, ସେହିପରି ମୁଖ୍ୟବକ୍ତା ରୂପେ ଆନ୍ତଃରାଷ୍ଟ୍ରୀୟ ଶିକ୍ଷଣ ସଂସ୍ଥାନ, ପଣ୍ଡୀଚେରୀ ର ପ୍ର. ମଧୁସୂଦନ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରୀ ଅରବିନ୍ଦ ଙ୍କ ଦ୍ୱାରା ବିରଚିତ ପୁସ୍ତକ ଦ ସିକ୍ରେଟ ଅଫ ଦ ବେଦ ର ସାରତତ୍ତ୍ଵ ଉପସ୍ଥାପନ କରିଥିଲେ। ମୁଖ୍ୟଅତିଥି ରୂପେ ଓଡିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ ର କୁଳପତି ପ୍ର. ଶତ୍ରୁଘ୍ନ ପାଣିଗ୍ରାହୀ ବେଦର ଅନ୍ତର୍ନିହୀତ ତତ୍ତ୍ୱ ଏବଂ ବେଦର ସାମାଜିକ ଉପଯୋଗିତା ବିଷୟରେ ଆଲୋଚନା କରିଥିଲେ। ଏହି ଦ୍ୱି-ଦିବସୀୟ ଚର୍ଚ୍ଚା ସତ୍ତ୍ରରେ ଦେଶର ବିବିଧ ପ୍ରାନ୍ତରୁ ଶତାଧିକ ଆଲୋଚକମାନେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅରୋଜ୍ୟୋତି ଟ୍ରଷ୍ଟ, ପୁରୀ ର ସକ୍ରୀୟ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ନବକେତନ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ର ସହ-ସଂଯୋଜକ ଡ଼. ବେଣୁଧର ଦାଶ ମଂଚ ସଂଚାଳନ କରିଥିଲେ ଏବଂ କାର୍ଯ୍ୟକ୍ରମ ର ସଂଯୋଜକ ଡ଼. ପ୍ରୀୟରଞ୍ଜନ ରଥଜ୍ଞ ସଂଯୋଜନା ରେ ସଂଗୋଷ୍ଠୀ ର ଉଦ୍ଘାଟନ ସତ୍ତ୍ର ଅନୁଷ୍ଠିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply