Home / ମୁଖ୍ୟ ଖବର / ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ।

ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ।

img 20251213 wa0003

ନୟାଗଡ଼,ତା-୧୩.୧୨.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ବିଶ୍ୱ ବିଶୃତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଉପଲକ୍ଷେ ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଥିବା ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି।

183366
183366

ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁଜାତା ସାହୁ ଯୋଗ ଦେଇ ସାମନ୍ତ ଚନ୍ଦ୍ର ଶେଖରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟଙ୍କ ସହ ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ରଣଜିତ ଦାସ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୂଷଣ ବିଜୟ ଚୌଧୁରୀ, ବିଶ୍ଵନାଥ ମହାପାତ୍ର, ବାସୁଦେବ ମହାନ୍ତି, ନିର୍ମଳ ଚନ୍ଦ୍ର ସୂରଦେଓ, ପ୍ରତାପ ନନ୍ଦ, ଲକ୍ଷ୍ମୀଧର ସାହୁ,, ଦାମୋଦର ସାହୁ,ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀଙ୍କ ସମେତ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବି ଉପସ୍ଥିତ ହୋଇ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଅବସରରେ ସ୍ମୃତିଚାରଣ କରିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply