Home / ମୁଖ୍ୟ ଖବର / ନୟାଗଡ଼ରେ ପଠାଣି ସାମନ୍ତ ଜୟନ୍ତୀ ସମାରୋହ ଓ ସମ୍ବର୍ଧନା ଉତ୍ସବ।

ନୟାଗଡ଼ରେ ପଠାଣି ସାମନ୍ତ ଜୟନ୍ତୀ ସମାରୋହ ଓ ସମ୍ବର୍ଧନା ଉତ୍ସବ।

whatsapp image 2025 12 15 at 10.00.39 1f7e90d0

ନୟାଗଡ଼,ତା-୧୩.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମସ୍ମାରକୀ ମହା ସମାରୋହ ନୟାଗଡ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ଗଣେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ।

whatsapp image 2025 12 15 at 10.00.39 effc011a

ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ବୌଦ୍ଧ ଓ ସଂସ୍କୃତି ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।ସେହିଭଳି ଅନୁଷ୍ଠାନ ପକ୍ଷରୁ ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ ‘ପଠାଣି ସାମନ୍ତ
ଶିକ୍ଷ୍ୟାଜ୍ୟୋତି ସମ୍ମାନ’, ସଙ୍ଗୀତ ସାଧକ ଶିବନାରାୟଣ ପଟ୍ଟନାୟକ ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’,କ୍ରୀଡ଼ାବିତ୍ ତଥା ଫୁଟବଲ ପ୍ରେମୀ ହଜରତ୍ ଅଲ୍ଲୀ ଖାଁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ‘ପଠାଣି ସାମନ୍ତ ସ୍ଵରସୁଧା ସମ୍ମାନ’ ଏବଂ କବି ଡ.ନିର୍ମଳ ଚନ୍ଦ୍ର ଶୂରଦେଓଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଚନ୍ଦ୍ରବିଜୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ, ଉପ ସଭାପତି ରଣଜିତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ୱାରା କୁଇଜ ପ୍ରତିଯୋଗିତା ଏବଂ ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସଙ୍କ ଦ୍ୱାରା ଏକପାଦି ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।ଶେଷରେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଭଜନ ଗାୟକ ଶିବ ନାରାୟଣ ପଟ୍ଟନାୟକ ଏବଂ ତାଙ୍କ ସାଥୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply