Home / ମୁଖ୍ୟ ଖବର / ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମଶାଲ ଶୋଭାଯାତ୍ରା।

ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମଶାଲ ଶୋଭାଯାତ୍ରା।

whatsapp image 2025 12 21 at 9.05.37 am

ନୟାଗଡ଼,ତା-୨୦.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଏକ ବିଶାଳ ‘ମଶାଲ ଶୋଭାଯାତ୍ରା’ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ବଙ୍ଗଳା ଦେଇ ନୟାଗଡ଼ ଟ୍ରାଫିକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି। ଯେଉଁ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସାମ୍ବାଦିକ , ମା ଫାଉଣ୍ଡେସନ, ଅନେକ ଅଗ୍ରଣୀ ସଂଗଠନ ସମେତ ଶତାଧିକ ନୟାଗଡ଼ିଆ ଏହି ଶୋଭାଯାତ୍ରାରେ ଯୋଗଦେଇ ସ୍ଲୋଗାନ ଏବଂ ମଶାଲ ସାହାଯ୍ୟରେ ନୟାଗଡ଼ିଆଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏକ ଅଭିନବ କାର୍ଯ୍ୟକ୍ରମ କରିଛନ୍ତି।

image
image

ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ସୁବିଧା ଅନୁଯାୟୀ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜଟିଏ ପ୍ରତିଷ୍ଠା ସରକାରଙ୍କ ତରଫରୁ କରାଗଲେ ନୟାଗଡ଼ର ୮ ଗୋଟି ବ୍ଲକର ଜନସାଧାରଣ ସମେତ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ, କଟକ, ବୌଦ୍ଧ ଓ ଗଂଜାମ ଜିଲ୍ଲାର ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ। ନୟାଗଡ଼ର ଉପାନ୍ତ ଅଞ୍ଚଳ କୁଜାମେଣ୍ଢି ଠାରୁ ନୟାଗଡ଼ ୮୧ କିମି, ଚାନ୍ଦପୁର ଠାରୁ ୫୦ କିମି, କୁତୁରି ଠାରୁ ୮୭ କିମି, ଛାମୁଣ୍ଡିଆ ଠାରୁ ୭୨ କିମି, ରାସଙ୍ଗ ଠାରୁ ୬୧କିମି , ରୋହିବାଙ୍କ ଠାରୁ ୪୦ କିମି ତେଣୁ ଭୌଗୋଳିକ ଦୃଷ୍ଟିରୁ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଯଥାର୍ଥ। ଏଣୁ ନୟାଗଡ଼ ଜିଲ୍ଲାର ଜନସାଧାରଣଙ୍କ ତରଫରୁ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କୁ ଅନୁରୋଧ ନୟାଗଡ଼ ଜିଲ୍ଲାର ବୃହତ ସ୍ୱାର୍ଥ ଦୃଷ୍ଟିରୁ ନୟାଗଡ଼ ସଦର ମହକୁମାରେ ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ। ନଚେତ ଆଗାମୀ ଦିନରେ ଏ ଆନ୍ଦୋଳନ ଆହୁରି ତୀବ୍ରତର ହୋଇ ରାଜଧାନୀର ରାଜରାସ୍ତାରେ ଚାଲିବ। ଏହି କାର୍ଯ୍ୟକ୍ରମରେ ଜୟ ନୟାଗଡ଼ ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଶ୍ରୀଧର ପ୍ରଧାନ, ବରିଷ୍ଠ ନେତା ମନୋଜ ସାହୁ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ସମେତ ଅନେକ ସାମ୍ବାଦିକ, ଛାତ୍ର ସଂଗଠକ ଶିବ ରଞ୍ଜନ ସାହୁ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ମିଡ଼ିଆ ସେଲ ସଂଯୋଜକ ଅରବିନ୍ଦ ପାଢୀ, ଅବଦୁଲ ଆଜିମ ଖାନ, ଇମ୍ରାନ ଖାନ ସମେତ ଅନେକ ଛାତ୍ର ଓ ଯୁବ ସଂଗଠକ ଯୋଗ ଦେଇଥିଲେ। ଫାଉଣ୍ଡେସନ ତରଫରୁ ଶେଖ ଅବଦୁଲ ଆହାଦ ଜିଲ୍ଲାର ସମସ୍ତ ସାମ୍ବାଦିକ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଲଢ଼ୁଥିବା ସମସ୍ତ ସଂଗଠନଙ୍କୁ ଧନ୍ୟବାଦ ଦେବା ସହ ସେମାନେ ନିଜ ସ୍ୱରକୁ ଆହୁରି ଶାଣିତ କରିବା ନିମନ୍ତେ ଅନୁରୋଧ କରାଯାଇଅଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply