ପୁରୀ :-୨୩/୧୨/୨୦୨୫ ହରିହର ଭିହାର ସ୍ଥିତ କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ବାବା ଆଖଣ୍ଡଳମଣି ମନ୍ଦିର, ସତସଙ୍ଗ ପରିସରରେ ରେ ୩ ଦିନ ଧରି ବିଦ୍ୟାଳୟ ର କ୍ରୀଡା ଉତ୍ସବ ପାଳିତ ହେଇଥିଲା l ବିଦ୍ୟାଳୟର ଅଧ୍ୟକ୍ଷ ଲାୟନ ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ ଏବଂ ଏହି କାଯ୍ୟକ୍ରମ କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସସ୍ମିତା ଜେନା ଓ ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ଅଥିତି ଭାବେ ଯୋଗ ଦେଇ କହିଲେ ଯେ ଆଜିର ପିଲାମାନେ ପାଠ ପଡ଼ା ସହ ବିଭିନ୍ନ ଖେଳ ଓ ନୃତ୍ୟ କଳା ସହ ଭଲ ପଦର୍ଶନ ରହିବା ନିହାତି ଦରକାର ଓ ଏହି ଖେଳ ମାଧ୍ୟମରେ ଜିଲ୍ଲା ରୁ ରାଜ୍ୟ ଓ ଜାତୀୟସ୍ତରୀୟ ରେ ପହଁଞ୍ଚି ପାରିବ l

ତେଣୁ ସମସ୍ତ ଅଭିଭାବକ ମାନେ ନିଜର ପିଲାମାନଙ୍କୁ ପାଠପଡା ସହ ବିଭିନ୍ନ ଖେଳ ଓ ନୃତ୍ୟ କଳା ରେ ରୁଚି ରଖିବାକୁ ଉପଦେଶ ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଙ୍ଗ ଦୌଡି, ମ୍ୟୁଜିକ ଚୈର, ସ୍ପୁର୍ନ ପଟାଟୋ, ବଲ ରନିଙ୍ଗ, ବାସକେଟ ବଲ ଏବଂ ଅଭିଭାବକ ଙ୍କ ମଧ୍ୟରେ ରଙ୍ଗୋଲି, ମ୍ୟୁଜିକ ଚୈର ଓ ଫନୀ ଗେମ୍ କରାଯାଇଥିଲା l ଶ୍ରୀଯୁକ୍ତ ଲୋକନାଥ ସୁବୁଦ୍ଧି ଓ ଏଲୋରା କାନୁନଗୋ ବିଚାରକ ଭାବେ ଯୋଗ ଦେଇଥିଲେ l ସମସ୍ତ ପ୍ରତିଯୋଗିତା ଙ୍କର ପ୍ରଥମ ଦ୍ୱତୀୟ ଓ ତୃତୀୟ ବଜେୟତା ଙ୍କୁ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପୁରସ୍କାର କରାଯିବ l ବିଦ୍ୟାଳୟର ପ୍ରିନସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ସାଗରୀକା ପ୍ରଧାନ, ଐଶ୍ୱରିୟା ମହାନ୍ତି, ଜ୍ଞାନଜ୍ୟୋତି ସିଂ, ବିଶ୍ୱଜିତା ମିଶ୍ର, ସନ୍ଧ୍ୟାରାଣୀ ବାରିକି, ଲିପ୍ସା ମହାନ୍ତି, ମନ୍ଦାକିନୀ ପରିଡା, ଶୁଭସ୍ମିତା ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ବିପିନ ଭୋଇ, ସାବିତ୍ରୀ ଯାନୀ ଓ ବିଦ୍ୟାଳୟର ସମ୍ପାଦକ ଅନିଲ କୁମାର ସାହୁ ଏହି କାଯ୍ୟକ୍ରମକୁ ସହଯୋଗ କରିଥିଲେ l











