Home / ମୁଖ୍ୟ ଖବର / ସେବାୟତ କ୍ରିକେଟ ପ୍ରିମିୟର ଲିଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସେବାୟତ କ୍ରିକେଟ ପ୍ରିମିୟର ଲିଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

whatsapp image 2025 12 25 at 12.22.30 am

ପୁରୀ ୨୪/୧୨ ଶ୍ରୀମନ୍ଦିର ଟ୍ରଫି ସେବାୟତ କ୍ରିକେଟ ପ୍ରିମିୟର ଲିଗ ର ଦ୍ୱିତୀୟ ସଂସ୍କରଣ ଫେବୃୟାରୀ ୨ ତାରିଖ ଠାରୁ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏହି କ୍ରିଡା ପ୍ରତିଯୋଗିତା ଏକ ଭଲ ପଦକ୍ଷେପ ବୋଲି କହିଥିଲେ।ଏହି ଲିଗ୍ ମାଧ୍ୟମରେ ଭାଇଚାରା ଅଧିକ ରୁଦ୍ଧିମନ୍ତ ହେବା ସହ ପାରସ୍ପରିକ ସଦଭାବନା ବୃଦ୍ଧି ପାଇବ।ଏହାକୁ ନିରପେକ୍ଷ ଭାବେ ପରିଚାଳନା କରିବା,ଭଲ ଖେଳାଳୀ ଙ୍କୁ ଉତ୍ସାହିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତ କ୍ରମେ ସ୍ଥିର ହେଲା ଯେ ଆସନ୍ତା ଫେବୃଆରୀ ମାସ ୨ ତାରିଖ ଠାରୁ ଏହି କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହେବ।କ୍ରିଡା ରେ ବିଭିନ୍ନ ସେବାୟତ ନିଯୋଗ ଅଂଶଗ୍ରହଣ ପାଇଁ ସେମାନଙ୍କ ସମ୍ମତି ପତ୍ର ଜିଲ୍ଲା କ୍ରିଡା ଅଧିକାରୀ ଙ୍କୁ ପ୍ରଦାନ କରିବାକୁ ବରିଷ୍ଠ ସେବାୟତ ଅନନ୍ତ ତିଆଡି ସୂଚନା ଦେଇଥିଲେ।ଅଂଶଗ୍ରହଣକାରୀ ଙ୍କ ତାଲିକା ଚୁଡାନ୍ତ ହେବା ପରେ ଫିକ୍ସଚର ପ୍ରସ୍ତୁତ କରାଯିବ।ଓସିଏ ଅନୁବନ୍ଧିତ ଅଫିସିଆଲ ମାନେ ମ୍ୟାଚ ପରିଚାଳନା କରିବେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ
ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ବିନାୟକ ଦାସ ମହାପାତ୍ର, ରବିନାରାୟଣ ଦାସ,ରବି ଶଙ୍କର ପ୍ରତିହାରୀ, ମାଧବ ପୂଜାପଣ୍ଡା,ମାଧବ ମହାପାତ୍ର,ରାମ କୃଷ୍ଣ ଦାସ ମହାପାତ୍ର, କେଦାର ଖୁଣ୍ଟିଆ, ରବି ନାରାୟଣ ଗୋଛିକାର,ଜଗନ୍ନାଥ ପୂଜାପଣ୍ଡା, ଦୂର୍ଗା ଦାସମହାପାତ୍ର,ନାରାୟଣ ମହାସୁଆର, ସାଇନା ଖୁଣ୍ଟିଆ, ଅନାଥ ଦାସ ମହାପାତ୍ର ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply