ପୁରୀ : ୨୭/୧୨/୨୦୨୫ – ପୁରୀଜିଲ୍ଲା ସମଙ୍ଗ ଗ୍ରାମପଞ୍ଚାୟତ ର ସନ୍ୟାସୀ ପାଟଣା ଠାରେ ପୁରୀ ସଦର ବିଧାୟକ ସୁନୀଲ ମହାନ୍ତିଙ୍କ ଦ୍ୱାରା ଯଜ୍ଞ ମଣ୍ଡପ ର ଉଦଘାଟନ ସହିତ ମହିଳା ସମିତିର ଗୃହ ଉଦଘାଟନ ଏବଂ ଶାସନ ଦାମୋଦର ପୁର ଗ୍ରାମପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପ ର ଶୁଭଉଦ୍ଘାଟନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଧାୟକ ସୁନୀଲ କୁମାର ମହାନ୍ତି, ସଦର ଅଧକ୍ଷ ଦିବାକର ପାତ୍ରଙ୍କ ସହିତ ଶତାଧିକ ବିଜେଡି କର୍ମୀ ଏବଂ ଗ୍ରାମର ସମସ୍ତ ସଦସ୍ୟ ପୁରୁଷ ମହିଳା, ଯୁବକ ଯୁବତୀ ମାନେ ଯୋଗଦାନ କରି ଶଙ୍ଖ ବଜାଇ ହରିବୋଲ ହୁଳହୁଳି ରେ ବିଧାୟକ ଏବଂ ଅଧକ୍ଷଙ୍କୁ ସ୍ୱାଗତ କରିବା ସହିତ ଏହି ଉଦଘାଟନୀ ଉତ୍ସବ କୁ ସ୍ୱାଗତ କରିଥିଲେ l
ପୁରୀ ବିଧାୟକଙ୍କ ଦ୍ୱାରା ଯଜ୍ଞ ମଣ୍ଡପ ଉଦଘାଟନ ସହିତ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି l











