ପୁରୀ – ତା୨୭/୧୨/୨୦୨୫ – (ପୁରୀ) ଉତ୍ତରା ସ୍ଥିତ ଶକୁନ୍ତଳା ଆର୍ଟ ଗ୍ୟାଲେରୀ, ଏବଂ ସଂସ୍କାର ଭାରତୀ, ଉତ୍କଳ ପୂର୍ବ ପ୍ରାନ୍ତ, ଦୃଶ୍ୟକଳା ବିଭାଗ, ଦ୍ୱାରା, ଡିସେମ୍ବର ୨୭ରୁ ୨୮ 2025 ପର୍ଯନ୍ତ, ପୁରୀଜିଲ୍ଲାର ଶକୁନ୍ତଳା ଆର୍ଟ ଗ୍ୟାଲେରୀ, ଠାରେ ଏକ ଦୁଇ ଦିନିଆ ଚିତ୍ରଶିବିର ତଥା ଆଲୋଚନା-ଚକ୍ର ଆୟୋଜନ ହୋଇଅଛି। ଏଥିରେ ଓଡ଼ିଶାର ୨୦ ଜଣ ବରିଷ୍ଠ ଚିତ୍ରକର ଜନାର୍ଦ୍ଦନ ପରମଗୁରୁ, ପ୍ରଦୀପ ପାଣ୍ଡେ,ରାଜେଶ କୁମାର ନାୟକ,ଅରୁଣ ଜେନା,ଡଃ ଦୁର୍ଗାମାଧବ କର,ଡଃ ପଂଚାନନ ସାମଲ,ଶିବନାରାୟଣ ମହାପାତ୍ର,ଅତସୀ ବସୁ,ପ୍ରିୟଦର୍ଶିନୀ ମହାନ୍ତି, ତେଜ୍ବସିନୀ ସାମନ୍ତସିଂଘାର,ନିରୋଦ ନଳିନୀ ବେହେରା,ନମିତା ସାହୁ,ଡଃ ସ୍ଥିତଧୀ ରଥ,ସନ୍ତୋଷ ମହାରଣା ,ଅଶୋକ ବେହେରା ଓ ସୁବାଷ ପୁଜାହାରୀ ଭାଗନେଇ ପାରମ୍ପରିକ ଚିତ୍ରଶିଳ୍ପୀଙ୍କ ସହଭାଗିତାରେ ଓଡ଼ିଶାର ପାରମ୍ପରିକ ତଥା ପୌରାଣିକ ବିଷୟବସ୍ତୁ ଆଧାରରେ ଓଡିଶୀ ଶୈଳୀର ଅନୁକରଣରେ ଚିତ୍ର ପ୍ରସ୍ତୁତ କରିଥିଲେ। ଏହି ସମସ୍ତ ବରିଷ୍ଠ ଚିତ୍ରକର ମାନଙ୍କ ସହିତ ଆଲୋଚନା-ଚକ୍ରରେ ଓଡିଶା କଳା ମହାବିଦ୍ୟାଳୟର ଅଧକ୍ଷ ଡ଼.ଦୁର୍ଗାମାଧବ କର ଓ ଡଃ ପଂଚାନନ ସାମଲ ଅଧକ୍ଷ ଧଉଳି ଆର୍ଟ କଲେଜ ଓ ଚିତ୍ରଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍କାର ଭାରତୀର ଉତ୍କଳ ପୁର୍ବପ୍ରାନ୍ତ ର ଦୃଶ୍ୟକଳା ସଂଯୋଜକ ଡକ୍ଟର ସ୍ଥିତଧୀ ରଥ ଓ ନିଉଜ ୭ ର କଳା ନିର୍ଦେଶକ ଶ୍ରୀ ସଂଗ୍ରାମ ମହାରଣା ଯୋଗଦାନ କରି, ଓଡ଼ିଶାର ପାରମ୍ପରିକ କଳା ଏବଂ ପୌରାଣିକ ଚିତ୍ର ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଗ୍ୟାଲେରୀର ନିର୍ଦେଶକ ଜନାର୍ଦନ ପରମଗୁରୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ
ଦୁଇ ଦିନିଆ ଚିତ୍ରଶିବିର ତଥା ଆଲୋଚନା-ଚକ୍ରର ଆୟୋଜନ
No Comments
December 27, 2025 3:42 pm

Previous Article
Next Article

ପୁରୀ ବିଧାୟକଙ୍କ ଦ୍ୱାରା ଯଜ୍ଞ ମଣ୍ଡପ ଉଦଘାଟନ ସହିତ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି l
ଆସନ୍ତା ୩୧ ଡିସେମ୍ବର ଓ ନୂତନ ବର୍ଷ ୨୦୨୬ ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରର ସମୀକ୍ଷା

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





