Home / ମୁଖ୍ୟ ଖବର / ପୁରୀ ପୋଲିସ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଫିଂ କାର୍ଯ୍ୟକ୍ରମ ଆୟୋଜିତ 

ପୁରୀ ପୋଲିସ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଫିଂ କାର୍ଯ୍ୟକ୍ରମ ଆୟୋଜିତ 

whatsapp image 2025 12 29 at 7.30.01 pm

ପୁରୀ : ଆସନ୍ତା ୩୧ ଡିସେମ୍ବର ଓ ନବବର୍ଷ ୨୦୨୬ ଅବସରରେ ପୁରୀ ସହରକୁ ଆସୁଥିବା ଅଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ସୁସଂଗଠିତ ଭିଡ଼ ପରିଚାଳନା ଏବଂ ସୁଚାରୁ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ପୋଲିସ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଫିଂ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

image
image

ଏହି ବ୍ରିଫିଂ କାର୍ଯ୍ୟକ୍ରମରେ ନବନିଯୁକ୍ତ ୧୨୨ ଜଣ ହୋମଗାର୍ଡ ଏବଂ ଏନ୍‌ସିସି (NCC) ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଭିଡ଼ ନିୟନ୍ତ୍ରଣ, ବ୍ୟାରିକେଡ୍‌ ଅଞ୍ଚଳରେ ହ୍ୟୁମାନ୍‌ ଚେନ୍‌ ଗଠନ, ଭକ୍ତମାନଙ୍କୁ ସଠିକ୍ ମାର୍ଗଦର୍ଶନ, ଏବଂ ଆପାତକାଳୀନ ପରିସ୍ଥିତିରେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିଭାଇବା ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା। ଏହି ଅବସରରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ୍ ସିଂହ ସମସ୍ତ ନବନିଯୁକ୍ତ ହୋମଗାର୍ଡ ଓ NCC ସ୍ୱେଚ୍ଛାସେବକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଭିଡ଼ ପରିଚାଳନାରେ ଶୃଙ୍ଖଳା, ଧୈର୍ଯ୍ୟ ଓ ମାନବିକ ଆଚରଣ ଅତ୍ୟନ୍ତ ଆବଶ୍ୟକ। ବ୍ୟାରିକେଡ୍‌ ନିକଟରେ ହ୍ୟୁମାନ୍‌ ଚେନ୍‌ ଗଠନ ସମୟରେ କିପରି ଭକ୍ତମାନଙ୍କୁ ସୁରକ୍ଷିତ ଭାବରେ ଆଗକୁ ନେଇଯିବା, ସେ ସମ୍ପର୍କରେ ସେ ବିଶେଷ ନିର୍ଦ୍ଦେଶ ଦେଇଥିଲେ।

image
image

ଶ୍ରୀ ପ୍ରତୀକ୍ ସିଂହ ଏହା ମଧ୍ୟ କହିଥିଲେ ଯେ, ପୋଲିସ୍‌ର ମୂଳ ଲକ୍ଷ୍ୟ ହେଉଛି ଭକ୍ତମାନଙ୍କୁ ହସଲ୍‌-ଫ୍ରି ଦର୍ଶନ, ସୁରକ୍ଷା ଓ ସୁବିଧା ପ୍ରଦାନ କରିବା। ଏହି କାର୍ଯ୍ୟରେ ହୋମଗାର୍ଡ ଓ NCC ଛାତ୍ରଛାତ୍ରୀମାନଙ୍କର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ରିଫିଂ ସମୟରେ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଥିବା ସୁବିଧାମାନେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବିଶେଷକରି ଜୋତା ଷ୍ଟାଣ୍ଡ (Shoe Stand), ଶୌଚାଳୟ (Toilet Facilities), ପାନୀୟଜଳ, ଚିକିତ୍ସା ସୁବିଧା ଓ ସୂଚନା କେନ୍ଦ୍ରଗୁଡ଼ିକୁ କିପରି ସୁଚାରୁ ଭାବରେ ପରିଚାଳନା କରାଯିବ, ସେ ନେଇ ସଂପୂର୍ଣ୍ଣ ମାର୍ଗନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମସ୍ତ ସୁବିଧା ନିକଟରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ଭକ୍ତମାନଙ୍କୁ ସଠିକ୍ ତଥ୍ୟ ଓ ସହଯୋଗ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବ୍ରିଫିଂ କାର୍ଯ୍ୟକ୍ରମରେ ମିସ୍‌ ଅନଖା କେ. ବିଜୟ, IPS (ପ୍ରୋଭିଜନ୍‌), ଅତିରିକ୍ତ ଏସ୍‌ପି ଶ୍ରୀ ଦେବ ପ୍ରତାପ, ଡିଏସ୍‌ପି ଟ୍ରାଫିକ୍ ଶ୍ରୀ ରାଜକୁମାର ପରିଡା, ଆଇଆଇସି ଟାଉନ୍‌ ଶ୍ରୀ ଗୋକୁଲ ରଞ୍ଜନ ଦାସ, ଆରଆଇ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, ଆରଆଇ ଶ୍ରୀ ବାସୁଦେବ ପଣ୍ଡା

image
image
SPREAD YOUR LOVE WITH YOUR FRIENDS AND FAMILY

Leave a Reply