Home / ମୁଖ୍ୟ ଖବର / ଉର୍ଜାବାନ ଓଡ଼ିଶା ” ଟ୍ରଷ୍ଟ ପକ୍ଷରୁ ଏହାର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ 

ଉର୍ଜାବାନ ଓଡ଼ିଶା ” ଟ୍ରଷ୍ଟ ପକ୍ଷରୁ ଏହାର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ 

whatsapp image 2025 12 29 at 8.01.12 pm

ପୁରୀ :୨୯/୧୨/୨୦୨୫ ମାନବ ସେବା ହିଁ ମାଧବ ସେବା ଏକଥା ବିଶ୍ୱାସ କରି ସମାଜ ସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୁରୀ ମାଟିର ଅଗ୍ରଣୀ ଅନୁଷ୍ଠାନ ” ଉର୍ଜାବାନ ଓଡ଼ିଶା ” ଟ୍ରଷ୍ଟ ପକ୍ଷରୁ ଏହାର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ ହୋଇ ଯାଇଛି । ଏଇ କାର୍ଯ୍ୟ କ୍ରମରେ ପୁରୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ ଷଡ଼ଙ୍ଗୀ, ପୁରୀ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁନିଲ କୁମାର ପ୍ରଧାନ,ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ବରିଷ୍ଠ ସମାଜ ସେବୀ ତଥା ଶିଳ୍ପପତି ରାଜକିଶୋର ପାତ୍ର, ଭଗବାନ ସୁଆର(ବରିଷ୍ଠ ସେବାୟତ), ଇଂ ରାଜେଶ ମିଶ୍ର ( ପ୍ରତିଷ୍ଠାତା e-24 ହସ୍ପିଟାଲ ),ଜୟନ୍ତ କୁମାର ପ୍ରଧାନ (ସମାଜ ସେବୀ) , ସଂଯୁକ୍ତା ଚାଟର୍ଜି (ସମାଜ ସେବୀ), ନୃସିଂହ ପ୍ରସାଦ ସାହୁ (ସମାଜ ସେବୀ) ସମେତ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପୁଷ୍ପଜିତ ମହାପାତ୍ର , ସଭାପତି ସନ୍ତୋଷ ସେନାପତି ଏବଂ ସମ୍ପାଦିକା ତଥା ପ୍ରତିଷ୍ଠାତା ସୁଶ୍ରୀ ନୀହାରିକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଇ ଅବସରରେ ପୁରୀ ସହରର ପାଖାପାଖି ଚାଳିଶ ରୁ ଉର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନ ଓ ସ୍ବେଛାସେବୀ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

image
image

ସ୍ଥାନୀୟ ଶ୍ରୀ ଜଗନ୍ନାଥ ବେଦ ଓ ଯୋଗ ଅନୁଷ୍ଠାନର କଳାକାର ମାନଙ୍କର ଯୋଗ ପରିବେଷଣ ସହିତ ସଂଯୁକ୍ତା ଏକାଡେମୀରୁ ଆସିଥିବା କୁନି କୁନି କଳାକାର ମାନଙ୍କର ସମ୍ବଲପୁରୀ ନୃତ୍ୟ ସହିତ ଓଡ଼ିଶୀ ପରିବେଷଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉର୍ଜାବାନ ଓଡ଼ିଶା ଟ୍ରଷ୍ଟର ବହୁମୁଖି କାର୍ଯ୍ୟକ୍ରମ ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ମହିଳାମାନଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ , ଚଳିତ ବର୍ଷ ରଥଯାତ୍ରା ସମୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରାଇ ଏଇ ଅନୁଷ୍ଠାନ ବେଶ ଚର୍ଚାକୁ ଆସିଥିଲା। ଜଳ ବଣ୍ଟନ, ଟଙ୍କ ତୋରାଣି , ଖାଦ୍ୟ ବଣ୍ଟନ, ପ୍ରସାଦ ବଣ୍ଟନ, ବୃକ୍ଷ ରୋପଣ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେବା ଭଳି ପ୍ରମୁଖ କାର୍ଯ୍ୟ କରି ଉର୍ଜାବାନ ଓଡ଼ିଶା ଚର୍ଚ୍ଚାରେ ରହି ଆସିଛି। ଅନେକ ଅନୁଷ୍ଠାନ ପୁରୀରେ ରହିଥିଲା ବେଳେ ଉର୍ଜାବାନ ଓଡ଼ିଶାର କାର୍ଯ୍ୟାବଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ନିଜ ଭାଷଣରେ କହିଥିଲେ । ସଭିଏଁ ଏକାଠି ହୋଇ କାମ କଲେ ପୁରୀ ସହର ବିଶ୍ୱରେ ନିଜ ସେବା ପାଇଁ ସ୍ବତନ୍ତ୍ର ନା ରଖି ପାରିବ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ତିନି ଶହ ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ସଭାପତି ସନ୍ତୋଷ ସେନାପତି ଆନୁଷ୍ଠାନିକ ସ୍ଵାଗତ କରିଥିଲା ବେଳେ ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ସନ୍ତୋଷ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନରୁ ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply