Home / ମୁଖ୍ୟ ଖବର / ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ-ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ହରାଇ ଫାଇନାଲ ଆଲଫା ସ୍ପୋର୍ଟିଂବ୍ରହ୍ମପୁ ର।

୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ-ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ହରାଇ ଫାଇନାଲ ଆଲଫା ସ୍ପୋର୍ଟିଂବ୍ରହ୍ମପୁ ର।

whatsapp image 2025 12 29 at 8.10.04 pm


କାକଟପୁର ତା ୨୯/୧୨ ( ତୁଷାର ଦୀକ୍ଷିତ ) କାକଟପୁର ମିନି ଷ୍ଟାଡିୟମ ରେ ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ପ୍ରଥମେ ରାମେଶ୍ୱର ସ୍ପୋର୍ଟିଂ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା। ଆଲଫା ସ୍ପୋର୍ଟିଂ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଦାରୀତ ୨୫ ଓଭରରେ ୧୫୪ ରନ କରି ସମସ୍ତ ଉଇକେଟ ହରାଇଥିଲା l ଦଳ ପକ୍ଷରୁ ସୁଜିତ ଲେଙ୍କା ୩୧ ବଲ ଖେଳି 4୨ ରନ ଏବଂ ବିନୟ ପାଇକରାୟ ୧୮ ବଲ ଖେଳି ୨୫ରନ ସଂଗ୍ରହ କରିଥିଲେ ।ବୋଲିଂ ଦଳ ପକ୍ଷ୍ୟରୁ ଆଶୁତୋଷ ନାୟକ ୪. ୨ ଓଭର ବୋଲିଙ୍ଗ କରି ୨୫ ର ନ ଦେଇ ୬ଉକେଟ ହାସଲ କରିଥିଲେ। ଜବାବରେ ୧୫୫ ରନର ବିଜୟ ଲକ୍ଷ ନେଇ ରାମେଶ୍ୱର ୨୩. ୨ଓଭର ଖେଳି ୧୨୧ର ନ କରି ଅଲ ଆଉଟ ହୋଇଥିଲା। ବିଭୁ ସେଠି ୨୯ ଏବଂ ଏସ ପଣ୍ଡା ୨୨ ର ନ କରିଥିଲେ। ବୋଲିଂ ରେ କୁନାଲ ପଣ୍ଡା ୫ଓଭର ବୋଲିଙ୍ଗ କରି ୧୮ ର ନ ଦେଇ ୪ଉଇକେଟ ହାସଲ କରିଥିଲେ। ଆଲଫା ସ୍ପୋର୍ଟିଂ ର କୁନାଲ ପଣ୍ଡା ଙ୍କୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଡାକ୍ତର ମଳୟ ସ୍ୱାଇଁ, ଏସ. ବି, ଆଇ ର ଫିଲଡ ଅଫିସର ନନ୍ଦିନୀ ପ୍ରଧାନ,ଏବଂ ଯୁବନେତା ହିମାଂଶୁ ଭୂଷଣ ଦୀକ୍ଷିତ କରିଥିବାବେଳେ ମ୍ୟାଚକୁ ଓଡିଶା ଆଥଲେଟିକ ଆସୋସିଏସନ ର ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ସତ୍ୟସାଗର ଦାଶ ଖେଳ ପରିଚାଳନା କରିଥିଲେ ଭାଗବତ ସ୍ୱାଇଁ, ଏବଂ ଭବାନୀ ଶଙ୍କର ଧାରା ବିବରଣୀ ପ୍ରଦାନ କରିଥିବା ସହିତ ଆସୋସିଏସନର ସମ୍ପାଦକ ଶୁଭ୍ରକାନ୍ତ ଦୀକ୍ଷିତ,ତପନ ଦୀକ୍ଷିତ, ରଶ୍ମିରଞ୍ଜନ ମହାନ୍ତି, ଅକ୍ଷୟ ପ୍ରସାଦ ମହାନ୍ତି,ସଞ୍ଜୟ ସାମଲ, ସୁଶାନ୍ତ ଦାଶ, ଶ୍ୟାମଲାଲ ରଣା, ପିଚ କ୍ୟୁରେଟର ଧୀରେନ୍ଦ୍ର କୁମାର ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ l ମଙ୍ଗଳବାର ଦିନ ଦ୍ୱିତୀୟ ସେମି ଫାଇନାଲ ରେ ୟୁନିଅନ ସ୍ପୋର୍ଟିଂ କଟକ ଏବଂ ଆଦିତ୍ୟ ଇଲେଭେନ ଭୁବନେଶ୍ୱର ମଧ୍ୟରେ ଖେଳାଯିବ ବୋଲି ମଙ୍ଗଳା କ୍ରିକେଟ ଆସୋସିଏସନ ର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply