Home / ମୁଖ୍ୟ ଖବର / ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ-ଆଦିତ୍ୟ ଇଲେଭେନ ଭୁବନେଶ୍ୱରକୁ ହରାଇ ଫାଇନାଲରେ ୟୁନିଅନ ସ୍ପୋର୍ଟିଂ କଟକ।

୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ-ଆଦିତ୍ୟ ଇଲେଭେନ ଭୁବନେଶ୍ୱରକୁ ହରାଇ ଫାଇନାଲରେ ୟୁନିଅନ ସ୍ପୋର୍ଟିଂ କଟକ।

whatsapp image 2025 12 30 at 6.39.01 pm

କାକଟପୁର ତା ୩୦/୧୨ (ତୁଷାର ଦୀକ୍ଷିତ ) କାକଟପୁର ମିନି ଷ୍ଟାଡିୟମ ରେ ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ପ୍ରଥମେ ୟୁନିଅନ ସ୍ପୋର୍ଟିଂ,କଟକ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଦାରୀତ ୨୦ ଓଭରରେ ୪ ଉଇକେଟ ୧୯୨ ରନ ସଂଗ୍ରହ କରିଥିଲା l ଦଳ ପକ୍ଷରୁ ଅରବିନ୍ଦ ସିଂ ୩୦ ବଲରୁ ୬୨ ରନ ଏବଂ ଅତିଫ ଅସଲମ ୨୩ ବଲ ଖେଳି ୪୨ ରନ ସଂଗ୍ରହ କରିଥିଲେ । ଜବାବରେ ୧୯୩ ରନର ବିଜୟ ଲକ୍ଷ ନେଇ ଆଦିତ୍ୟ ଇଲେଭେନ ୧୬.୫ ଓଭରରେ ୧୮୨ ରନ କରି ସମସ୍ତ ଉଇକେଟ ହରାଇ ପରାଜୟ ସ୍ୱୀକାର କରିଥିଲା l

image

ଦଳ ପକ୍ଷରୁ କ୍ଷମାସାଗର ବଳଙ୍କ ୩୬ ବଲରେ ୧୦୩ ରନ ଏବଂ ସ୍ୱରାଜ ଚୌଧୁରୀ ୧୬ ବଲରେ ୨୨ ରନର ଚିତାକର୍ଷକ ବ୍ୟାଟିଂ କରିଥିଲେ ମଧ୍ୟ ଦଳ ଜିତିପାରିନଥିଲା l ଶତକୀୟ ଇନିଂସ ପାଇଁ ଆଦିତ୍ୟ ଇଲେଭେନ ର କ୍ଷମାସାଗର ବଳଙ୍କୁ କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତ, କନିଷ୍ଠ ଯନ୍ତ୍ରୀ ପ୍ରାଚୀପ୍ରଜ୍ଞା ସାହୁ, ବିଜେଡି ଯୁବନେତା ହିମାଂଶୁ ଭୂଷଣ ଦୀକ୍ଷିତ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଏହି ମ୍ୟାଚକୁ ଓଡିଶା କ୍ରିକେଟ ଆସୋସିଏସନ ର ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ସତ୍ୟବ୍ରତ ମହାପାତ୍ର ଖେଳ ପରିଚାଳନା କରିଥିଲେ l ଭାଗବତ ସ୍ୱାଇଁ, ଭବାନୀ ଶଙ୍କର, ଅଞ୍ଜନ କୁମାର ଦୀକ୍ଷିତ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଆସୋସିଏସନର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ, ରଶ୍ମିରଞ୍ଜନ ମହାନ୍ତି, ଅକ୍ଷୟ ପ୍ରସାଦ ମହାନ୍ତି,ସଞ୍ଜୟ ସାମଲ, ସୁଶାନ୍ତ ଦାଶ, ଶ୍ୟାମଲାଲ ରଣା, ପିଚ କ୍ୟୁରେଟର ଧୀରେନ୍ଦ୍ର କୁମାର ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ଜାନୁଆରୀ ୪ ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ଆଲଫା ସ୍ପୋର୍ଟିଂ, ବ୍ରହ୍ମପୁର ଏବଂ ୟୁନିଅନ ସ୍ପୋର୍ଟିଂ କଟକ ମଧ୍ୟରେ ଖେଳାଯିବ ବୋଲି ମଙ୍ଗଳା କ୍ରିକେଟ ଆସୋସିଏସନର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ସୂଚନା ଦେଇଛନ୍ତି l ଏଠାରେ ସୂଚନା ଥାଉକି ଉକ୍ତ ଫାଇନାଲ ମ୍ୟାଚ ରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ମେଲୋଡି କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply