Home / ମୁଖ୍ୟ ଖବର / ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ

ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ

img 20260101 wa0002

ପୁରୀ ୩୧/୧୨ ନୂଆ ବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ଗହଳି ର ଆଶା କରାଯାଉଛି।ଶ୍ରଦ୍ଧାଳୁ ଓ ପର୍ଯ୍ଯଟକ ମାନଙ୍କ ଶୃଙ୍ଖଳିତ ଦର୍ଶନ, ଭ୍ରମଣ ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ନୂତନ ବର୍ଷ ରେ ଅଧିକ ଜନ ସମାଗମ ର ଆଶା କରାଯାଉଥିବାରୁ ଏହାକୁ ସମନ୍ବୟ ର ସହ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ।ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଭାବେ ମନ୍ଦିର ଯିବେ, ମହାପ୍ରଭୁଙ୍କ ଦର୍ଶନ ସାରି ଯଥା ଶିଘ୍ର ମନ୍ଦିର ରୁ ପ୍ରସ୍ଥାନ କରିବେ ତାହାର ସୁ ବନ୍ଦୋବସ୍ତ କରାଯାଇଛି।ଏଥିପାଇଁ ନିୟୋଜିତ ମାଜିଷ୍ଟ୍ରେଟ ଓ ସୁରକ୍ଷା ବାହାରି ପରସ୍ପର ମଧ୍ୟରେ ସହଯୋଗ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ସେହିପରି ସ୍ୱଛତା,ପାନୀୟ ଜଳ ବଣ୍ଟନ, ସ୍ବାସ୍ଥ୍ୟ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ହଜିବା ଖୋଜିବା ଓ ସୂଚନା କେନ୍ଦ୍ର ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ବିଷଦ ସୂଚନା ପ୍ରଦାନ କରି ସଠିକ ଭାବେ ପ୍ରତ୍ୟେକ ବିଭାଗ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏସ ପି ପ୍ରତୀକ ସିଂ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସ୍ଥାନ ସମ୍ପର୍କରେ ଆରକ୍ଷୀ ବିଭାଗର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ସୌମ୍ୟ ରଞ୍ଜନ ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଡିଆଇବିର ଅତିରିକ୍ତ ଏସ ପି ଦେବୀ ଶଙ୍କର ପ୍ରତାପ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଦାୟିତ୍ୱ ରେ ଥିବା ମାଜିଷ୍ଟ୍ରେଟ ପ୍ରମୁଖ ଉପସ୍ଥିତ ରହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply