ନୟାଗଡ଼,ତା-୧୪.୪.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ରେ ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଉତ୍ସବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ ଘଟିକା ସମୟରେ ମହା ସମାରୋହରେ ପାଳନ ହୋଇଯାଇଛି । ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ନୟାଗଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା

ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆମ୍ଵେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଆମ୍ବେଦକର କେବଳ ଦଳିତ ମାନଙ୍କ ଉନ୍ନତି ପାଇଁ ସମ୍ବିଧାନରେ ଉଲ୍ଲେଖ କରି ନାହାନ୍ତି ସାରା ଭାରତ ବର୍ଷ ଲୋକଙ୍କ ଉନ୍ନତି ପାଇଁ ଏଥିରେ ଉଲ୍ଲେଖିତ ହୋଇ ରହିଛି ବୋଲି କହିଥିଲେ ।ବିକଶିତ ଭାରତର ସ୍ୱପ୍ନ ସଫଳ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଦରକାର। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଦେଶରେ ଥିବା ବୈଷ୍ଣମତା ଉପରେ ବକ୍ତଵ୍ୟ ରଖିଥିଲେ ଏବଂ ଆମ୍ବେଦକରଙ୍କ ସ୍ମୃତିରେ ଅନୁରୁପ ଭାଷଣ ରଖିଥିଲେ । ଅନ୍ୟ ସମସ୍ତ ଅତିଥି ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କ ପିଲାଦିନ ଏବଂ ଜୀବନର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଆମ୍ବେଦକରଙ୍କ ଜୀବନୀ ଉପରେ ସୁନ୍ଦର ଅଭିଭାଷଣ ରଖିଥିଲେ। ଜିଲ୍ଲା ଆମ୍ବେଦକର ସେବକ ସଂଘର ପ୍ରେସିଡେଣ୍ଟ ଏବଂ ଅନ୍ୟମାନେ ସେମାନଙ୍କର ସୁନ୍ଦର ବକ୍ତବ୍ୟ ରଖିଥିଲେ । ମହମ୍ମଦ ଓମାର ମଲ୍ଲିକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଏହି ପରିପ୍ରେକ୍ଷୀରେ ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ଚନ୍ଦ୍ର ବିଜୟୀ ମିଶ୍ର, ସାମ୍ବାଦିକ ତଥା ବୁଦ୍ଧିଜୀବୀ ବକ୍ତବ୍ୟ ରଖିଵା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ କାର୍ଯ୍ୟକ୍ରମ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଜୟେନ୍ଦ୍ର ବେହେରା ସଂଚାଳନ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ,ବିଶିଷ୍ଟ ବ୍ୟକ୍ତିଗଣ , ଛାତ୍ରଛାତ୍ରୀ, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ। ପରିଶେଷରେ ଧନ୍ୟବାଦ ପୁର୍ବକ ସଭା ସାଙ୍ଗ କରାଯାଇଥିଲା ।











