Home / ମୁଖ୍ୟ ଖବର / ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୪ ତମ ଆଗମନ ସମାବେଶ ୧୧ ରେ।

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୪ ତମ ଆଗମନ ସମାବେଶ ୧୧ ରେ।

whatsapp image 2026 01 02 at 8.58.04 pm


ପୁରୀ ୨/୧ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୂଣ୍ୟ ଉତ୍କଳ ଆଗମନର ୧୦୪ ତମ ଶୁଭ ମହୋତ୍ସବ ଚଳିତ ମାସ ୧୧ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଜାନୁଆରୀ ୧୧ ତାରିଖରେ ତାଳବଣିଆ ଠାରେ ଏହାକୁ ଭବ୍ୟ ଭାବେ ଆୟୋଜନ କରିବାକୁ ଉତ୍କଳ ଆଗମନୀ ସ୍ମୃତି ଉତ୍ସବ କମିଟି ନିଷ୍ପତ୍ତି ନେଇଛି ବୋଲି ଅବଗତ କରାଇଛନ୍ତି ସ୍ମୃତି ଉତ୍ସବ କମିଟିର ସଭାପତି ଡ. ସୁରେଶ ଚନ୍ଦ୍ର ଦଳେଇ ।

image

ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସ୍ମୃତି ଉତ୍ସବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସ୍ମୃତି ଉତ୍ସବ କମିଟି ର ସମ୍ପାଦକ ଡା ହୃଷିକେଶ ସେନାପତି ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ପୁରୀ ସତସଙ୍ଗ ଠାକୁର ବାଡ଼ି ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସୂଚନା ଦେଇ ଶ୍ରୀ ସେନାପତି ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ମାନେ ଯେପରି ଉତ୍ସବ ସ୍ଥଳରେ ସୁନ୍ଦର ଓ ଶୃଙ୍ଖଳିତ ଦର୍ଶନ ସହ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାର ସହ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ। ତାଳବଣିଆ ଉତ୍ସବ ସ୍ଥଳରେ ଏକାଧିକ ମଣ୍ଡପ ମାଧ୍ୟମରେ ୧୧ ତାରିଖ ଦିନ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ। ଉତ୍ସବ କମିଟିର ଯୁଗ୍ମ ସମ୍ପାଦକ ନିରଞ୍ଜନ ବେହେରା ବିଷଦ ସୂଚନା ଦେଇ ବ୍ରାହ୍ମମୁହୂର୍ତ୍ତେ ବେଦ ମାଙ୍ଗଳିକୀ ଓ ନହବତ,ପ୍ରତ୍ୟୁଷେ ଉଷାକିର୍ତ୍ତନ ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଥିଲେ।ସେହି ଦିନ ସକାଳ ୬.୨୨ ମିନିଟ ରୁ ଉଷାବିନତି,ଦର୍ଶନ, ପ୍ରଣାମ ଓ ପରେ ପୂଣ୍ୟ ଉତ୍ସବ ର ଶୁଭ ଉଦଘାଟନ ଠାକୁରବାଡ଼ିରେ କରାଯିବ।ଏହାପରେ ସତସଙ୍ଗ ଠାକୁର ବାଡ଼ିରୁ ସକାଳ ୮.୩୦ରେ ଶ୍ରୀ ବିଗ୍ରହଙ୍କୁ ରଥରେ ବସାଇ ରେଳ ଷ୍ଟେସନ, ସୁବାଷ ବୋଷ ଛକ ଦେଇ ତାଳବଣିଆ ପଡିଆକୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯିବ।ତାଳବଣିଆ ପଡ଼ିଆରେ ସକାଳ ୭ ଘଟିକା ରୁ ୮.୩୦ ମିନିଟ ପର୍ଯ୍ୟନ୍ତ ସଂଗୀତାଞ୍ଜଳି, ୮ଘଟିକା ରୁ ୮.୩୦ ମିନିଟ ପର୍ଯ୍ୟନ୍ତ ଶିଶୁ ଯୁବ ସମ୍ମିଳନୀ,ସକାଳ ୯.୩୦ ରୁ ୧୧ ଘଟିକା ପର୍ଯ୍ୟନ୍ତ ସତସଙ୍ଗୀ ସମ୍ମିଳନୀ, ସକାଳ ୧୧ ଘଟିକା ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ସାଧାରଣ ସଭା ଅନୁଷ୍ଠିତ ହେବ। ଅପରାହ୍ନ ୨.୩୦ ଘଟିକା ରେ ଚିକିତ୍ସକ ସମ୍ମିଳନୀ, ୩.୩୦ ମିନିଟ ରେ ମାତୃ ସମ୍ମିଳନୀ ,ଦିବା ୧୧ ଘଟିକା ରୁ ପ୍ରସାଦ ସେବନ ଓ ସକାଳ ୮.୩୦ ରୁ ଅପରାହ୍ନ ୪.୩୦ ମିନିଟ ସମୟରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳକ ଡଃ ନନ୍ଦ କିଶୋର ପ୍ରଧାନ ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ବିବିଧ ସୂଚନା ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply