Home / ମୁଖ୍ୟ ଖବର / ମହିଳା ସଶକ୍ତିକରଣ ମିଶନରେ ୧୦ ବର୍ଷରୁ ଅଧିକ ସମୟ ଧରି ଏକ ସ୍ଥାନରେ କର୍ମଚାରୀ, ସରକାରୀ ସ୍ଥାନାନ୍ତର ନୀତିକୁ ମାନୁନାହିଁ ପ୍ରଶାସନ।

ମହିଳା ସଶକ୍ତିକରଣ ମିଶନରେ ୧୦ ବର୍ଷରୁ ଅଧିକ ସମୟ ଧରି ଏକ ସ୍ଥାନରେ କର୍ମଚାରୀ, ସରକାରୀ ସ୍ଥାନାନ୍ତର ନୀତିକୁ ମାନୁନାହିଁ ପ୍ରଶାସନ।

ଗୋପ, ୨ ଜାନୁଆରୀ ୨୦୨୬ :ନି:ପ୍ର – ଓଡ଼ିଶାର ମହିଳା ସଶକ୍ତିକରଣ ଓ ଜୀବିକା ମିଶନ (ଓଏଲଏମ୍)ରେ ଦୁର୍ନୀତି ଓ ଅନିୟମିତତା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାର ଗୋପ ବ୍ଲକରେ କେତେକ କର୍ମଚାରୀ ୫ ରୁ ୧୦ ବର୍ଷରୁ ଅଧିକ ସମୟ ଧରି ଲଗାତାର ଏକେ ସ୍ଥାନରେ କାର୍ଯ୍ୟରତ ରହିଥିବା ସତ୍ତ୍ୱେ ସରକାରୀ ସ୍ଥାନାନ୍ତର ନୀତିକୁ ଖୋଲାମେଲା ଭାବେ ଉଲ୍ଲଙ୍ଘନ କରାଯାଉଛି।

କିଛି ମହିଳା ସଂଗଠନ ଦ୍ୱାରା ଦାଖଲ ହୋଇଥିବା ଲେଖିତ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ସରକାରଙ୍କ ନୀତି ଅନୁଯାୟୀ କୌଣସି କର୍ମଚାରୀ ଏକ ସ୍ଥାନରେ ସର୍ବାଧିକ ୪ ବର୍ଷ ରହିପାରିବେ। କିନ୍ତୁ ଗୋପ୍ ବ୍ଲକରେ ଏହି ନୀତି ପୂରାପୂରି ଅଣଦେଖା କରାଯାଇଛି।

ଅଭିଯୋଗ ଅନୁଯାୟୀ ଚିନ୍ମୟ କୋଠାରୀ (୨୯.୦୭.୨୦୧୫ ଠାରୁ),ମଞ୍ଜୁଳତା ପ୍ରଧାନ (୧୮.୦୮.୨୦୧୮ ଠାରୁ),ରୁବିଲତା ଓଝା ଓ ପ୍ରଭାତୀ ପଟ୍ଟନାୟକ (୧୮.୦୨.୨୦୧୬ ଠାରୁ), ଯୋଶ୍ନାରାଣୀ ପ୍ରଧାନ (୦୫.୦୨.୨୦୧୯ ଠାରୁ) ଦୀର୍ଘ ସମୟ ଧରି ଗୋପ ବ୍ଲକରେ କାର୍ଯ୍ୟରତ ରହିଛନ୍ତି, ଯାହା ସରକାରୀ ସ୍ଥାନାନ୍ତର ନୀତିର ସ୍ପଷ୍ଟ ଉଲ୍ଲଙ୍ଘନ।

ସ୍ଥାନୀୟ ସାମାଜିକ କର୍ମୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମହଲରୁ ବାରମ୍ବାର ଅଭିଯୋଗ ଆସୁଛି ଯେ, ଏହି ଦୀର୍ଘକାଳୀନ ଏଠାରେ ରହିବା ଫଳରେ ଏସ୍‌ଏଚ୍‌ଜି, ଗ୍ରାମ୍ୟ ପଞ୍ଚାୟତ ଲେଭେଲ୍ ଫେଡାରେସନ୍ (ଜିପିଏଲ୍‌ଏଫ୍) ଓ ବ୍ଲକ୍ ଲେଭେଲ୍ ଫେଡାରେସନ୍ (ବିଏଲ୍‌ଏଫ୍)ରେ ପକ୍ଷପାତିତା, ଅନିୟମିତତା, ଆର୍ଥିକ ଦୁର୍ନୀତି ଓ ଅଧିକାରର ଦୁର୍ବ୍ୟବହାର ବଢ଼ିଛି। ଏହା ମହିଳା ସଶକ୍ତିକରଣ ଓ ଜୀବିକା ମିଶନର ମୂଳ ଉଦ୍ଦେଶ୍ୟକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଛି।

ମାର୍ଚ୍ଚ ୨୦୨୫ର ଉପସ୍ଥିତି ଓ କାର୍ଯ୍ୟ ବିବରଣୀ ମଧ୍ୟ ଏହି ଅନିୟମିତତାକୁ ସ୍ପଷ୍ଟ କରୁଛି। ତଥାପି, ସରକାରଙ୍କ ପକ୍ଷରୁ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ନ ହେବା ଗଭୀର ପ୍ରଶ୍ନ ଉଠାଉଛି—କାହିଁକି ଏହି କର୍ମଚାରୀମାନଙ୍କୁ ଅନ୍ୟ ବ୍ଲକକୁ ବଦଳାଯାଉନାହିଁ? କ’ଣ ଏହା ପଛରେ କୌଣସି ବିଶେଷ ଗୋଷ୍ଠୀର ଅନୁଗ୍ରହ କାର୍ଯ୍ୟ କରୁଛି କି?

ଏହାର ବିପରୀତ ଦୃଷ୍ଟାନ୍ତ ଭାବେ, ଅନ୍ୟ ଜିଲ୍ଲାର ବ୍ଲକରେ କାର୍ଯ୍ୟରତ ବିପିଏମ୍ ୧୨ ବର୍ଷରୁ ଅଧିକ ସମୟ ଧରି ଦୂରସ୍ଥାନ ରେ ସେବା ଦେଇଆସୁଥିବା ସତ୍ତ୍ୱେ ବ୍ୟକ୍ତିଗତ ଓ ପାରିବାରିକ କାରଣ ଦର୍ଶାୟୀ ରଖି ପୁରୀ ଜିଲ୍ଲାର ଗୋପ, ଅସ୍ତରଙ୍ଗ କିମ୍ବା ପିପିଲି ବ୍ଲକକୁ ସ୍ଥାନାନ୍ତର ପାଇଁ ଆବେଦନ କରୁଥିବା ସତ୍ବେ, ସେମାନଙ୍କ ଆବେଦନ କୁ ଆଗ୍ରହ୍ୟ କରାଯାଉଛି। କିନ୍ତୁ ଦୁର୍ନୀତି ଅଭିଯୁକ୍ତ କର୍ମଚାରୀମାନେ ଏକ ସ୍ଥାନରେ ରହିବା ସରକାରୀ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି।

ବିଦ୍ଧିଜୀବୀ ଙ୍କ ଦାବି ଯେ, ଗୋପ ବ୍ଲକରୁ ତୁରନ୍ତ ଏହି କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉ, ନୂତନ କର୍ମଚାରୀ ନିଯୁକ୍ତି କରାଯାଉ ଓ ସମସ୍ତ ଦୁର୍ନୀତି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ମହିଳା ସଶକ୍ତିକରଣ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନରେ ଏପରି ଅନିୟମିତତା ସହ୍ୟଯୋଗ୍ୟ ନୁହେଁ।

ସରକାର ତୁରନ୍ତ ପଦକ୍ଷେପ ନ ନେଲେ, ଏହି ବିଷୟ ମୋହନ ମାଝି ସରକାରଙ୍କ ପାଇଁ ଏକ ଗୁରୁତର ପ୍ରଶାସନିକ ଓ ନୈତିକ ଆହ୍ୱାନ ହୋଇଉଠିବ। ସାଧାରଣ ଲୋକଙ୍କ ମତରେ, ଏହା କେବଳ ଗୋଟିଏ ବ୍ଲକର ସମସ୍ୟା ନୁହେଁ, ବରଂ ପୂରା ରାଜ୍ୟର ପ୍ରଶାସନିକ ପାରଦର୍ଶିତାର ପରୀକ୍ଷା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply