ନୟାଗଡ଼,ତା-୨.୧.୨୬ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଖମାରସାହି ଗ୍ରାମପଞ୍ଚାୟତର ପୁରୁଣା ଦଶପଲ୍ଲା ଓ ନୂଆଗାଁ ବ୍ଲକର ଢେଙ୍କେଣା ଠାରେ ନୂତନ ପାସେଞ୍ଜର ହଲ୍ଟ

ଷ୍ଟେସନ ପାଇଁ ସଂସଦ ରେଲୱେ ଷ୍ଟାଣ୍ଡିଙ୍ଗ କମିଟିର ଓଡିଶା ଗ୍ରସ୍ତ ଖବର ଶୁଣି କମିଟିର ମାନ୍ୟବର ଅଧ୍ୟକ୍ଷ ସି ଏମ ରମେଶଙ୍କୁ ପୁରୀ ଠାରେ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆଙ୍କ ଉପସ୍ଥିତିରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।ଏହି ଅବସରରେ ଦଶପଲ୍ଲା ବିଧାୟକଙ୍କ ସହିତ ଢେଙ୍କେଣା ସରପଞ୍ଚ ଓ ଅନ୍ୟାନ୍ୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଉଭୟ ଗ୍ରାମ ଠାରେ ଷ୍ଟେସନ ହଲ୍ଟ ନିର୍ମାଣ ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । ଉପରୋକ୍ତ ଦାବି ଉଠାଇ ଥିବାରୁ ବିଧାୟକ ଶ୍ରୀ ବେହେରାଙ୍କୁ ଜନସାଧାରଣ ମନେ କୃତଜ୍ଞତା ଜ୍ଞାପନ କରିଛନ୍ତି ।











