Home / ମୁଖ୍ୟ ଖବର / ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ -ଫାଇନାଲରେ ଆଲଫା ସ୍ପୋର୍ଟିଂ ବ୍ରହ୍ମପୁରକୁ ହରାଇ ୟୁନିଅନ ସ୍ପୋର୍ଟିଂ କଟକ ଚମ୍ପିୟାନ

୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ -ଫାଇନାଲରେ ଆଲଫା ସ୍ପୋର୍ଟିଂ ବ୍ରହ୍ମପୁରକୁ ହରାଇ ୟୁନିଅନ ସ୍ପୋର୍ଟିଂ କଟକ ଚମ୍ପିୟାନ

whatsapp image 2026 01 04 at 6.45.57 pm

କାକଟପୁର ତା ୦୪/୧ ( ତୁଷାର ଦୀକ୍ଷିତ ) କାକଟପୁର ମିନି ଷ୍ଟାଡିୟମ ରେ ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ଆଲଫା ସ୍ପୋର୍ଟିଂ, ବ୍ରହ୍ମପୁର ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଆଲଫା ସ୍ପୋର୍ଟିଂ ୨୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୬ ରନ ସଂଗ୍ରହ କରିଥିଲା l ଦଳ ପକ୍ଷରୁ କାର୍ତ୍ତିକ ପୋଲୋ ୧୯ ବଲରୁ ୧୯ ରନ ଏବଂସୌମ୍ୟରଞ୍ଜନ ୧୯ ବଲ ଖେଳି ୧୪ ରନ ସଂଗ୍ରହ କରିଥିଲେ । ଜବାବରେ ୭୭ ରନର ବିଜୟ ଲକ୍ଷ ନେଇ ୟୁନିଅନ ସ୍ପୋର୍ଟିଂ ୯. ୪ ଓଭରରେ ୨ ଟି ଉଇକେଟ ହରାଇ ୮୦ ରନ କରି ୩୬ ତମ ମଙ୍ଗଳା କପ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା l ଦଳ ପକ୍ଷରୁ ବିଶ୍ୱଜିତ ପ୍ରଧାନ ୧୭ ବଲରେ ୨୭ ରନ ଏବଂ ଅନିଲ ସାହୁ ୨୦ ବଲରେ ୨୪ ରନର ଚିତାକର୍ଷକ ବ୍ୟାଟିଂ କରି ଦଳକୁ ଚମ୍ପିୟାନ କରିଥିଲେ l

image

ପ୍ରଶାନ୍ତ କୁମାର ରଣା ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟ ଅର୍ଜନ କରିଥିବାବେଳେ ସୌରଭ କନୋଜିଆ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଆଖ୍ୟା ଅର୍ଜନ କରିଥିଲେ l ଏହି ମ୍ୟାଚରେ ମଙ୍ଗଳା ଆଥଲେଟିକ ଆସୋସିଏସନର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡଃ ବିଭୁପ୍ରସାଦ ତରାଇ, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ଓଡିଶା ଅନୁସୂଚିତ ଜାତି ଓ ଜନଜାତି ସେଲର ଅଧ୍ୟକ୍ଷ ବାଇଧର ମଲ୍ଲିକ, ପୁରୀଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଡଃ ଦେବେନ୍ଦ୍ର ତରାଇ,ମଙ୍ଗଳା ଆଥଲେଟିକ ଆସୋସିଏସନର ମୁଖ୍ୟ ପୃଷ୍ଠପୋଷକ ତଥା ବିଶିଷ୍ଟ ବ୍ୟବସାୟୀ, ସମାଜସେବୀ ଜ୍ଞାନରଞ୍ଜନ ସାହୁ,ଯୁବନେତା ତଥା କ୍ଲବର ଉପଦେଷ୍ଟା ହିମାଂଶୁ ଭୂଷଣ ଦୀକ୍ଷିତ, ପୁରୀଜିଲ୍ଲା ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, କାକଟପୁର ବ୍ଲକ ସାଂସଦ ପ୍ରତିନିଧି କୈଳାଶ ଚନ୍ଦ୍ର ନାୟକ, ନାରୀନେତ୍ରୀ ସୁମିତ୍ରା ଘୋଷ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଦଳକୁ ୫୦୫୫୧ ଟଙ୍କା ଏବଂ ରନର୍ସ ଦଳକୁ ୩୦୩୩୧ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ l ଓଡ଼ିଆ କ୍ରିକେଟ ଆସୋସିଏସନର ୨ ସ୍ୱୀକୃତିପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଅୟେସକାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ l ଧାରା ବିବରଣୀ ପ୍ରଦାନ କରିଥିଲେ ଭାଗବତ ସ୍ୱାଇଁ ଏବଂ ଭବାନୀ ଶଙ୍କର l ଅନୁଷ୍ଠାନର ଉପଦେଷ୍ଟା କମଳ ଲୋଚନ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ରାକେଶ ପଟ୍ଟନାୟକ,କାକଟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତପନ କୁମାର ଦୀକ୍ଷିତ,ମଙ୍ଗଳା ଆଥଲେଟିକ ଆସୋସିଏସନର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ,ସହ ସମ୍ପାଦକ ସଞ୍ଜୟ ସାମଲ, କୋଷାଧକ୍ଷ ଇଂ ସୂର୍ଯ୍ୟକାନ୍ତ ଦୀକ୍ଷିତ,ପ୍ରିତମ କୁମାର ନାୟକ,ଶ୍ୟାମଲାଲ ରଣା, ଅଞ୍ଜନ କୁମାର ଦୀକ୍ଷିତ, ରଶ୍ମିରଂଜନ ମହାନ୍ତି, ସୁଶାନ୍ତ ଦାଶ ପ୍ରମୁଖ ଖେଳ ସୁପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply