ପୁରୀ : ଶ୍ରୀମନ୍ଦିର ପରିସରକୁ ଅଧିକୃତ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ବାହାର ଲୋକଙ୍କ ଦ୍ୱାରା ନିଆଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଏହାକୁ ଜବତକୁ ନେଇ ସୁଆର ମହାସୁଆର ନିଯୋଗକୁ ସୂଚିତ କରାଯିବା ସହ ବାହାର ବ୍ୟକ୍ତି ବିଶେଷ ପୁରୀ ବୀର ହରେକୃଷ୍ଣପୁର ର ଶ୍ରୀ ରବୀନ୍ଦ୍ର ବାରିକ ଏବଂ ଶ୍ରୀଜମେଶ୍ୱର ସୁଆର ଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏହାର ସନ୍ତୋଷଜନକ ଉତ୍ତର ରଖିବାକୁ ସାତ ଦିନିଆ ନୋଟିସ୍ ଜାରୀ କରାଯାଇଛି। ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ପୂର୍ବରୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବାସହ ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗାକୁ ଅବଗତ କରାଯିବା ସହ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଏବଂ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୌଣସି ବ୍ୟତିକ୍ରମ ବରଦାସ୍ତ କରାଯିବ ନାହିଁ , ବାହାର ଖୋଲା ଘିଅ ବା ଛାପା ଘିଅ ଶ୍ରୀମନ୍ଦିର ପରିସର କୁ ନେବାକୁ ଉଦ୍ୟମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରାଇଥିଲେ।
ସୁଆର ମହାସୁଆର ନିଯୋଗକୁ ସାତ ଦିନିଆ ନୋଟିସ୍
No Comments
January 6, 2026 1:55 pm

Previous Article
Next Article

ବାଲୁଖଣ୍ଡ ଅଭୟାରଣ୍ୟ, ମଧୂର୍ ଜଳ ଅଂଚଳ ରେ ପୂରୀ କୋର୍ଟ କମ୍ପ୍ଲେକ୍ସ ସ୍ଥାନାନ୍ତର କୁ ବିରୋଧ କରି ଓକିଲ ସଂଘ ର ସରକାରୀ ଅଫିସ ଘେରାଉ , 310ଦିନ ସତ୍ୟାଗ୍ରହ ଜାରି
କଂଗ୍ରେସ ପକ୍ଷରୁ ବିଶାଳ ଚାଷୀ ସମାବେଶ ନେଇ ପ୍ରସ୍ତୁତି ବୈଠକ।









