ପୁରୀ: ୬/୧/୨୦୨୬ – ଅଦାଲତ କୋଠା ୧୬୨ ବର୍ଷ ତଳର ଐତିହ୍ୟ ପାଲଟିଛି। ଏଠାରେ ମଧୁ ବାବୁ,ଗୋପବନ୍ଧୁ, ସୁଭାଷ ବୋଷଙ୍କ ବାପା, ବିଜୁ ପଟ୍ଟନାୟକ ଙ୍କ ବାପା, ଙ୍କ ଭଳି ଯୋଗ ଜନ୍ମା ଓକିଲାତି କରୁଥିଲେ। ପୁରୀ ସହରର ଏକ ପ୍ରମୁଖ ସ୍ଥଳ ରେ ଥାଇ ଗୋଟିଏ ସ୍ଥାନ ରେ କଚେରି ଓ ଅଦାଲତ ର କାର୍ଯ ଲୋକେ ସହଜରେ ପାଉଛନ୍ତି। କଲେକ୍ଟର ଅଫିସ ଠାରୁ ଅଦାଲତ କୁ ଅଲଗା କରିବା ଓ କୋର୍ଟ କୁ ଅନ୍ୟ ଯାଗାକୁ ନେବା ପାଇଁ ପ୍ରସ୍ତାବ କୁ ସରକାର୍ ଆଇନ ବିଭାଗ କୁ ବାଲୁ ଖଣ୍ଡ ଅଭୟାରଣ୍ୟ ର ମଧୁର ଜଳ ଅଞ୍ଚଳ ଓ CRZ ଅଞ୍ଚଳ ରେ ଜମି ଦେଲେ ଯାହାକି ସମସ୍ତ କଟକଣା ଅଛି ।ସାଧାରଣ ଲୋକ ଙ୍କ ପାଇଁ ପ୍ଲାନ୍ ମିଳୁନି PKDA ମଧ୍ଯ ପ୍ଲାନ୍ ଦେଉନି। ସେଠାରେହଜାର ହଜାର ଗଛ ଅଛି ।ପୁରୀ ର ସ୍ଥାନୀୟଅଧିବାସୀ, ପର୍ଯ୍ୟଟକ, ଯାତ୍ରୀ ମାନଂକ ପାଇଁଏକ ମାତ୍ର ଜଳ ଉତ୍ସ୍। ତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିପାଇଁ ସୁପ୍ରିମ କୋର୍ଟ, ଉଚ୍ଚ ନ୍ୟାୟାଳୟ ଙ୍କ ଭିନ୍ନ ଭିନ୍ନ ନଜିର ରହିଛି। ଦେଶ ରେ ଦୁଇ ପ୍ରକାର ଆଇନି ଚାଲିବ କି। ଏହା ମଧୁର ଜଳ ଅଞ୍ଚଳ କୁ ଶେଷ କରିବା ପାଇଁ ଚକ୍ରାନ୍ତ ନୁହେଁ ତ?ସରକାର୍ କିଭଳି କୋର୍ଟ କମ୍ପ୍ଲେକ୍ସ ପାଇଁ ସେଇ ଜମୀ ଟେକି ଦେଲେ ଆଇନି ବିଭାଗକୁ। ଆଇନି ବିଭାଗ କିପରି ସେଠାରେ କୋର୍ଟ କମ୍ପ୍ଲେକ୍ସ କରିବ ସେଇ ପ୍ରଶ୍ନ ନେଇ ଓକିଲ ସଂଘ ଆଜକୁ 310ଦିନ ଧରି ସତ୍ୟା ଗ୍ରହ ଚଳାଇରଖିଛି । ବାଲୁଖଣ୍ଡ ଅଭୟାରଣ୍ୟ ସ୍ଥଳ ରେ ଯେଉଁଠି କଟକଣା ଥିବା ଜମି କୋର୍ଟ ପାଇଁ ନେଇଛନ୍ତି ସେଇ ଜମି ହସ୍ତାନ୍ତର କୁ ବାତିଲ କରିବା ପାଇଁ ଦାବୀ କରିଛନ୍ତି। ପୂର୍ବରୁ ଓକିଲ ସଂଘ ଉଚ୍ଚ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ କଟକଣା ଥିବା ଜମୀ ରେ କୋର୍ଟ କମ୍ପ୍ଲେକ୍ସ ନକରି ବର୍ତମାନ ସ୍ଥାନରେ ଥିବା କୋର୍ଟ ସହ ତହସିଲ ,DRDA,ଉପଯିଲ୍ଲା ପାଳ ଅଫିସ ଜମୀ କୁ ମିଶାଇ କୋର୍ଟ କମ୍ପ୍ଲେକ୍ସ କରିବା କୁ ଅନୁରୋଧ କରାଯାଇଛି। ଯେପରି ଭୁବନେଶ୍ୱର ଓ ଗଞ୍ଜାମ ରେ ହୋଇଛି। ପୁରୀ ରେ କାହିଁକି ନ ହେବ। ବର୍ତ୍ତମାନ କୋର୍ଟ ଚାଲିଥିବା କୋଠା କେଉଁ କାମରେ ଲାଗିବ ତାହା ସ୍ପଷ୍ଟ ହେବା ଦରକାର। ଯଦିଓ ଆଇନି ଅଛି ଏହି ସ୍ଥାନ ଅନ୍ୟ ଉଦ୍ଦେଶ୍ୟ ରେ ବ୍ୟବହାର ହୋଇ ପାରିବ ନାହିଁ।କିନ୍ତୁ ମାସ ମାସ ବିତିଗଲେ ମଧ୍ଯ କୌଣସି ସୁଫଳ ମିଳିଲାନି। ସେ ଅଂଚଳ କଟକଣା ଥିବାରୁ ଓ ବର୍ତ୍ତମାନ କୋର୍ଟ ପ୍ରମୂଖ ସ୍ଥାନରେ ଥିବାରୁ ଲୋକଙ୍କ ହିତ ଦୃଷ୍ଟି ରୁ ବର୍ତ୍ତମାନ ସ୍ଥାନ ରେ କୋର୍ଟ କମ୍ପ୍ଲେକ୍ସ ତିଆରି କରାଯାଉ ବୋଲି ସଂଘ ସରକାର୍ ଓ ବିଚାର ବିଭାଗ କୁ ନିବେଦନ୍ କରିଛନ୍ତି। ନଅ ମାସ ବିତିଯାଇଥିଲେ ମଧ୍ୟ କୌଣସି ସମାଧାନ ହେଇ ନଥିବାରୁ ସଂଘ ଉଦବେଗ ପ୍ରକାଶ କରିଛି। ପ୍ଲାନ୍ ନ ମିଳିଲେ ସଧାରଣ ଲୋକ ଘର କରି ପାରୁନି।ବିଚାର ବିଭାଗ କିପରି ମଧୁର ଜଳ ଅଂଚଳ ରେ ଅଭୟାରଣ୍ୟ ଅଂଚଳ ରେ କୋର୍ଟ ହେବ।ଆଲିଆନେଶନ କେସ ରେ ତହସିଲ ଦାର, ସବ କଲେକ୍ଟର, ଜିଲ୍ଲା ପାଳ, ଆର ଡି ସି ତାଙ୍କ ରିପୋର୍ଟ୍ ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ପ୍ରସ୍ତାବିତ ସ୍ଥାନ ମଧୂର୍ ଜଳ, ଇକୋ ସେନ୍ସିଟିଭ, ସି ଆର ଯେଡ ଅନ୍ତର୍ଭୁକ୍ତ ଅଟେ। କିପରି କୋର୍ଟ ସେଠାରେ ହେବ ସେଇ ପ୍ରଶ୍ନ ଓକିଲ ସଂଘ କରିଛି। ସଙ୍ଗ ନିଷ୍ପତ୍ତି କ୍ରମେ ଆଜି ଶତାଧିକ ଓକିଲ ପୁରୀ ର ତହସିଲ,DRDA, ସବ କଲେକ୍ଟର, ଓ ସବ୍ ରେଜିଷ୍ଟ୍ରାର ଅଫିସ ଘେରାଉ କରି ବନ୍ଦ କରିଥିଲେ।। ଏଥିରେ ସଭାପତି ପ୍ରେମାନନ୍ଦ ମହାନ୍ତି,ସାଧାରଣ ସମ୍ପାଦକ ଶରତ କୁମାର୍ ରାୟଗୁରୁ, ଉପ ସଭାପତି ବିଭୁଦତ୍ତ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଅନିଲ ସାହୁ, ସମିର ଘୋଷ,ଭାଗବତ ପ୍ରସାଦ ପଟ୍ଟନାୟକ, କର୍ଣ୍ଣ ବୀର ମହାପାତ୍ର, ତାପସ ବଳିଆର୍ଶିଂ,ମନୋରଞ୍ଜନ ସାହୁ,ଜ୍ୟୋତି ପ୍ରକାଶ ପାଇକରାୟ,ସୋମନାଥ ଦାସ,, ଆଦିତ୍ୟ ମିଶ୍ର।ଶାରଦା ସାମଲ, କମଲ୍ ମିଶ୍ର, ରଚିତା ଦାଶ, ଶୁଭେନ୍ଦୁ ଦାସ, କାଳୀ ନାୟକ,ରାମ ମହାପାତ୍ର, ନିହାର ତ୍ରିପାଠୀ। ନେତୃତ୍ବ ନେଇଥିଲେ। ଏହି ଚାରୋଟି ଅଫିସ ବନ୍ଦ ତିନି ଦିନ ଧରି ଜାରୀ ରହିବ। ଯଦି ସରକାର୍ ଦାବୀ ମାନି ନ ନିଅନ୍ତି ଆନ୍ଦୋଳନ ଜୋର୍ ଦାର କରାଯିବ ବୋଲି କୁହାଯାଇଛି।
ବାଲୁଖଣ୍ଡ ଅଭୟାରଣ୍ୟ, ମଧୂର୍ ଜଳ ଅଂଚଳ ରେ ପୂରୀ କୋର୍ଟ କମ୍ପ୍ଲେକ୍ସ ସ୍ଥାନାନ୍ତର କୁ ବିରୋଧ କରି ଓକିଲ ସଂଘ ର ସରକାରୀ ଅଫିସ ଘେରାଉ , 310ଦିନ ସତ୍ୟାଗ୍ରହ ଜାରି











