କାକଟପୁର,୭.୦୧:- ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ର ଏକ ଅଗ୍ରଣୀ ତଥା ପୁରାତନ ଶିକ୍ଷାନୁଷ୍ଠାନ ନିରବଛିନ୍ନ ଭାବେ ୧୯୪୫ ମସିହାରୁ ଦୀର୍ଘ ୮୨ ବର୍ଷ ଧରି ଶିକ୍ଷା ଦାନ କ୍ଷେତ୍ରରେ ପ୍ରତିଷ୍ଠିତ ସ୍କୁଲ୍ ଭାବେ ପରିଚିତ l ପିଏମ ଶ୍ରୀ କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅପରାହ୍ନରେ ବାର୍ଷିକୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀକାନ୍ତ କୁମାର ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତିରଂଜନ ମିଶ୍ର, ସ୍ବତନ୍ତ୍ର ସଚିବ,ଶିଳ୍ପ ବିଭାଗ, ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଜେନା, ବିତ୍ତ ଅଧିକାରୀ,ଜିଲ୍ଲା ପ୍ରକଳ୍ପ ଅଧିକାରୀ,ପୁରୀ, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ କାଣ୍ଡି, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ, କାକଟପୁର, ବିଜେପି ନେତା ରତିକାନ୍ତ ବେହେରା, ସରପଞ୍ଚ ଅଭୟ ସେଠୀ, ପରିଚାଳନା କମିଟି ସଭାନେତ୍ରୀ ରୀନା ଲତା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ମଞ୍ଚ ସଂଯୋଜନା ଶିକ୍ଷକ ପ୍ରତାପ ରାଉତ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ଶିକ୍ଷୟତ୍ରୀ ସରୋଜିନୀ ହାଁସଦା। ଆମନ୍ତ୍ରିତ ଅତିଥି ଙ୍କ ମଧ୍ୟରେ ମୁଖ୍ୟ ଅତିଥି ଶିଳ୍ପ ସଚିବ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ,ତାଙ୍କ ପିତା ଙ୍କ ସ୍ମୃତିରେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜୁନ କରିଥିବା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ ସହିତ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ lବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ସାହିତ୍ୟ ସୃଜନ, ବିଜ୍ଞାନ, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ।ଇଷାନୀ ଅପରୂପା ଙ୍କ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା, ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।
କାକଟପୁର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ଅନୁଷ୍ଠିତ,











