କାକଟପୁର ୭/୧/୨୦୨୬ – କାକଟପୁର ଗଣେଶ ବଜାର ରେ ଦୀର୍ଘ ତିରିଶି ବର୍ଷ ରୁ ଅଧିକ ଦିନ ଧରି ବ୍ୟବସାୟ କରୁଥିବା ପଥରପକା ଗ୍ରାମ ର ଅରୁପ ନାୟକ (42) ଙ୍କର ଅକାଳ ବିୟୋଗ ରେ ଆଜି ଗଣେଶ ବଜାର ର ବ୍ୟବସାୟୀ ମାନେ ଗଭୀର ଭାବରେ ମର୍ମାହତ ହୋଇ ପଡିଛନ୍ତି,ଏହି ଖବର ପ୍ରଚାରିତ ହେବା କ୍ଷଣି ସମସ୍ତେ ହତବାକ୍ୟ ହୋଇ ପଡ଼ିଥିଲେ, ଅରୂପ ଜଣେ ମେଳାପୀ ଓ ଖୁସି ମିଞ୍ଜାସ ର ଲୋକ ଥିବା ବେଳେ ବଜାର ପିକିନିକ ସମୟରେ ଆଗକୁ ବାହାରି ସବୁ କାମ କରିବା ସହିତ ସମସ୍ତ ଙ୍କ ସୁଖ ଦୁଃଖ ରେ ଛିଡା ହୋଇ ଥାଏ, ଗଣେଶ ବଜାର କମିଟି ତରଫରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆପେ ଆପେ ବଜାର ବନ୍ଦ କରିବା ସହିତ ଶେଷ ଦର୍ଶନ କରିବାକୁ ଆମ୍ବୁଲାନ୍ସ କୁ ଅପେକ୍ଷା କରି ଥିଲେ l ସ୍ୱର୍ଗତ ଅରୁପ କିଛିଦିନ ହେବ କୀଡୀନି ଜନିତ ରୋଗରେ ଚିକିତ୍ସିତ ହେଉଥିଲେ l ଗତ କାଲି ବିଳମ୍ବିତ ରାତ୍ର ରେ କଟକ ବଡ଼ ମେଡିକାଲ ରେ ତାଙ୍କର ଦେହାନ୍ତ ହୋଇଥିଲା l
ତାଙ୍କର ପାର୍ଥିବ ଶରୀର କାକଟପୁର ପହଂଚିବା ପରେ ବ୍ୟବସାୟୀ ଭାଇ ମାନେ ତାଙ୍କ ପାର୍ଥିବ ଶରୀର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ l ତାଙ୍କର ଦୁଇଟି ସନ୍ତାନ, ବିଧବା ପତ୍ନୀ ବାପା, ମା ଓ ସାନ ଭାଇ ବାପି ଗଭୀର ମର୍ମାହତ ହୋଇଥିବା ବେଳେ ଗ୍ରାମ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଥିଲା l ବଜାର କମିଟି ପକ୍ଷରୁ ସଭାପତି କମଳ ଲୋଚନ ଦୀକ୍ଷିତ, ସୌମ୍ୟ ରଞ୍ଜନ ଦାସ, ପ୍ରଶାନ୍ତ ଜେନା, ବିଜୟ କୁମାର ଦାଶ, ବସନ୍ତ କୁମାର ସ୍ୱାଇଁ,ନକୁଳ ସାହୂ, ଦେବାଶିଷ ଦୀକ୍ଷିତ, ବାବାଜୀ ଚରଣ ସେନାପତି, ଉପେନ୍ଦ୍ର କୁମାର ଲେଙ୍କା, ସମାଜ ସେଵୀ ତଥା ବିଶିଷ୍ଟ ଯୁବ ବ୍ୟବସାୟୀ ଅଶୋକ କୁମାର ଦୀକ୍ଷିତ,ଓ ଅନ୍ୟ ସଭ୍ୟ ମାନେ ତାଙ୍କ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l ସେ ଜଣେ ପରୋପକାରୀ, ମିଷ୍ଠ ଭାସୀ ଓ ସହୃଦୟ ବ୍ୟକ୍ତି ଭାବେ ସାରା ଅଞ୍ଚଳ ରେ ପରିଚିତ ଥିଲେ, ତାଙ୍କର ଏହି ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଆତ୍ମୀୟ ସଜ୍ଜନ ଓ ବ୍ୟବସୟୀ ବନ୍ଧୁ ମାନେ,
ଯୁବ ବ୍ୟବସାୟୀ ଅରୂପ ଙ୍କ ବିୟୋଗ ରେ ଗଣେଶ ବଜାର ରେ ଶୋକର ଛାୟା











