Home / କ୍ରୀଡା / ଜାତୀୟ ହାମର ବଲ୍ ଚାମ୍ପିଅନସିପରେ ପୁରୁଷ ଏବଂ ମହିଳା ବର୍ଗରେ ବଜୀମାରିନେଲା ଓଡ଼ିଶା

ଜାତୀୟ ହାମର ବଲ୍ ଚାମ୍ପିଅନସିପରେ ପୁରୁଷ ଏବଂ ମହିଳା ବର୍ଗରେ ବଜୀମାରିନେଲା ଓଡ଼ିଶା

hammer prize

ପୁରୀ: ୧୨.୬.୨୪ (ଶାଶ୍ଵତ ଟିଭି ) ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ – ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଅଛି ଚାରିଦିନ ହେବ ଜାତୀୟ ସ୍ତରୀୟ ହାମରବଲ ଟୁର୍ନାମେଣ୍ଟ। ଏହି ଟୁର୍ନାମେଣ୍ଟ ରେ ମହିଳା ବିଭାଗରେ ଫାଇନାଲ କୁ ଯାଇଥିଲା ଓଡିଶା ଓ ଉତ୍ତରପ୍ରଦେଶ l ଓଡିଶା ମହିଳା ଟିମ ଉତ୍ତରପ୍ରଦେଶ ମହିଳା ଟିମକୁ ହରାଇ ଚମ୍ପିୟାନ ହୋଇଥିବାବେଳେ ଓଡିଶା ପୁରୁଷ ଟିମ ମଧ୍ୟ ଉତ୍ତରପ୍ରଦେଶ ଟିମକୁ ହରାଇ ଚମ୍ପିୟାନ ହୋଇଛି l ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉର୍ତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ହରେକୃଷ୍ଣ ସିଂହାରୀ ଏବଂ ସମ୍ମାନୀତ ଅତିଥି ଭାବରେ ମହେନ୍ଦ୍ର କୁମାର୍ ସାହୁ , ଅଶୋକ  କୁମାର୍ ମହାନ୍ତି OSD.

men game

ଜଗନ୍ନାଥ୍ ଷ୍ଟାଡିୟମ୍ ଏବଂ ହାମର୍ ବଲ ଆସୋସିଏସନ୍ ଅଫ ଇଣ୍ଡିଆର ସଚିବ ମନିଶ କୁମାର୍ ଶ୍ରୀବାସ୍ତବ ସ୍ଵାଗତ ଭାଷଣ ଦେଇଥିବା ବେଳେ , ଜାତୀୟ ଉପସଭାପତି ରିଣ୍ଟୁ ମିତ୍ର, ରାଜ୍ୟ ହାମର ବଲ ଆସୋସିଏସନ୍ ଉପସଭାପତି ସୋମନାଥ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ରାଗିଣୀ ମିତ୍ର ମଞ୍ଚରେ
ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l

hammer game
hammer game

ଟୁର୍ଣ୍ଣାମେଣ୍ଟରେ ଉତ୍ତରାଖଣ୍ଡ ତୃତୀୟ ସ୍ଥାନ , ଉତ୍ତର ପ୍ରଦେଶ ରାନର୍ସଅପ ଏବଂ ଓଡ଼ିଶା ଦଳ ଚାମ୍ପିଅନ ହୋଇଥିଲେ, ଏହି କ୍ରିଡ଼ା ଉତ୍ସବରେ ଅଂଶ ଗ୍ରହଣ କରିଥିବା ସମସ୍ତ ରାଜ୍ୟ ସମ୍ପାଦକ ଏବଂ ଟିମ୍ କୋଚ୍ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରଯାଇଥିଲା। ପରେ ପରେ ସିଂହାରୀ ଏଣ୍ଟରଟେନମେଣ୍ଟ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ, ମାଲଖମ୍ବ ସମର କଳା ଏବଂ ସଂଗୀତ ପରିବେଷଣ କରାଯାଇଥିଲା ।
ଉଦଯାପନୀ ସମାରୋହ କୁ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ହାମର୍ ବଲ ଆସୋସିଏସନ୍ ଅଫ ଇଣ୍ଡିଆର ସଚିବ ମନିଶ କୁମାର୍ ଶ୍ରୀବାସ୍ତବ ସଭିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

alok khuntia
SPREAD YOUR LOVE WITH YOUR FRIENDS AND FAMILY

Leave a Reply