Home / ମୁଖ୍ୟ ଖବର / ପୁରୀ ସହରରେ ମାଞ୍ଜା ସୂତା ଅଭିଯାନ

ପୁରୀ ସହରରେ ମାଞ୍ଜା ସୂତା ଅଭିଯାନ

whatsapp image 2026 01 12 at 9.21.08 pm

ପୁରୀ ୧୨/୧/୨୦୨୬ – ଏକ ଆନ୍ତର୍ଜାତୀୟ ପର୍ଯ୍ୟଟକ ସହର ହେବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଧାମ । ପ୍ରତିଦିନ ଲକ୍ଷଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବଡ଼ଦାଣ୍ଡ ସହିତ ସହରର ବିଭିନ୍ନ ଅଞ୍ଚଳରେ ଆଗମନ କରୁଛନ୍ତି । ଏପରି ପରିସ୍ଥିତିରେ ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ଦୁର୍ଘଟଣା ଏଡେଇବା ପାଇଁ ଆଜି ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ପୁରୀ ସହରରେ ଏକ ଅଭିଯାନ କରାଯାଇଥିଲା। ଗୁଡ଼ି ଉଡାଉଥିବା ସମୟରେ ୧୨ ଜଣଙ୍କ ଠାରୁ ଜବତ ହୋଇଛି।
୩୫ ରୁ ଉର୍ଦ୍ଧ ମାଞ୍ଜା ସୁତା ଲାଗିଥିବା ଲଟେଇ ମଧ୍ୟ ଜବତ। ପୁରୀ ପୋଲିସ ଦ୍ୱାରା ଜନ ଗହଳି ସ୍ଥାନ ମାନଙ୍କରେ ଡକାଵାଜି ମାଧ୍ୟମରେ ଏହିପରି କାର୍ଯ୍ୟ ନ କରିବା ପାଇଁ ସୂଚନା ଦିଆଯାଉଛି।

ସମ୍ପ୍ରତି ବଡ଼ଦାଣ୍ଡ ଓ ତାହା ସଂଲଗ୍ନ ଅଞ୍ଚଳରେ ମାଞ୍ଜା ସୂତା ସଂସ୍ପର୍ଶରେ ଆସି ଦୁଇଚକିଆ ଯାନ ଆରୋହୀ ଓ ପଦଚାରୀମାନେ ଆହତ ହେବାର ସମ୍ଭାବନା ରହିଛି । ଆଜି ପୁରୀ ସହରର ବିଭିନ୍ନ ଅଞ୍ଚଳରେ ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ଏକ ବିଶେଷ ଅଭିଯାନ (Drive) ଚାଲାଯାଇଛି ।
ଅଭିଯାନର ମୁଖ୍ୟ ଉପଲବ୍ଧି ପୁରୀ ସହରର ବିଭିନ୍ନ ଗୁଡ଼ି ଦୋକାନ ଓ ବ୍ୟବସାୟୀଙ୍କ ପାଖରୁ ମୋଟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରାଯାଇଛି ।
ଅବୈଧ ଭାବେ ମାଞ୍ଜା ସୂତା ବିକ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ କଢ଼ା ଚେତାବନୀ ଦିଆଯାଇଛି । ପ୍ରୟୋଜନ ଅନୁସାରେ ସମ୍ପୃକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।ପୁରୀ ପୁଲିସ ସ୍ପଷ୍ଟ କରିଛି ଯେ ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ ।

ଏହା ମାନବ ଜୀବନ ସହିତ ପକ୍ଷୀ, ପଶୁ ଓ ପରିବେଶ ପାଇଁ ମଧ୍ୟ ଭୟଙ୍କର । ସାଧାରଣ ଜନତାଙ୍କୁ ଅନୁରୋଧ ସହର ଓ ବଡ଼ଦାଣ୍ଡ ଅଞ୍ଚଳରେ ମାଞ୍ଜା ଲାଗିଥିବା ଗୁଡ଼ି ଉଡ଼ାନ୍ତୁ ନାହିଁ । ଯଦି କେହି ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର କରୁଥିବା ଦେଖିବେ, ତେବେ ନିକଟସ୍ଥ ଥାନାକୁ କିମ୍ୱା ୧୧୨ କୁ କଲ କରି ସୂଚନା ଦିଅନ୍ତୁ । ପୁରୀ ପୁଲିସ ସହରର ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକଙ୍କର ଜୀବନ ସୁରକ୍ଷା ପ୍ରତି ପ୍ରତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଆହୁରି କଢ଼ା କରାଯିବ । ପୁରୀ ପୁଲିସ ସମସ୍ତଙ୍କ ସହଯୋଗ ଆଶା କରୁଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply