Home / ମୁଖ୍ୟ ଖବର / କାକଟପୁର ବ୍ଲକ ରେ ଜନଶୁଣାଣୀ ଅନୁଷ୍ଠିତ।

କାକଟପୁର ବ୍ଲକ ରେ ଜନଶୁଣାଣୀ ଅନୁଷ୍ଠିତ।

whatsapp image 2026 01 12 at 7.53.01 pm

କାକଟପୁର -୧୨/୦୧:-(ତୁଷାର ଦୀକ୍ଷିତ )ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଙ୍କ ଅଧକ୍ଷତା ରେ ପରିଚାଳିତ ଶିବିରରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗପ୍ରକୋଷ୍ଟ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାହୁ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସଚିନ ପଟେଲ ନିମାପଡା ଉପଖଣ୍ଡ ଅଧିକାରୀ

image
image

ଜନାର୍ଦ୍ଦନ ପାଢ଼ୀ,ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ନାରାୟଣ ଦୀକ୍ଷିତି,ତଥା ଶିକ୍ଷା, ଯୋଗାଣ ବିଭାଗ, ମଙ୍ଗଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ,ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, କୃଷି, ଜଙ୍ଗଲ, ବିଦ୍ୟୁତ, ଜଳସେଚନ, ପଶୁ ସମ୍ପଦ, ଶ୍ରମ, ମୄର୍ତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।
ଉପସ୍ଥିତ ଅଧିକାରୀ ୧୧ଟି ଅଭିଯୋଗ ସମାଧାନ ସଙ୍ଗେ ସଙ୍ଗେ କରିଥିଲେ।ଅଭିଯୋଗ ଶୁଣାଣୀ ରେ ଆବାସ ଯୋଜନା,ଭିନ୍ନକ୍ଷମ କୁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନ୍ତ୍ୟୋଦୟ ଗୃହ ରୁ ବଂଚିତ କରିବା,ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ବିଭିନ୍ନ କାର୍ଯ୍ୟର ବିଲ ପୈଠ ସମ୍ବଦୀୟ ସହ ଭତ୍ତା ସମ୍ଭଦୀୟ ଅଭିଯୋଗ ରେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ଏହି ଶିବିର ରେ ଜିଲ୍ଲାସ୍ତରୀୟ ସହ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply