ପୁରୀ:୧୬/୧/୨୦୨୬ – ନୂତନ ଭାରତର ଯାଗୋ ଔର ଜଗାଓ ଅଭିଯାନ ମାଧ୍ୟମରେ ଗୋ ମହିମା ପ୍ରଚାର ରଥର ପବିତ୍ର ଯାତ୍ରା ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ ପୁରୀ ଧାମରୁ ଶୁଭାରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଏକ ଜନସଭା ମାଧ୍ୟମରେ ଗୋ ମାତା ହତ୍ୟା ବନ୍ଦ କରିବା, ଗୋ ମାତାଙ୍କୁ ରାଷ୍ଟ୍ର ମାତା ଘୋଷିତ କରିବା ଗୋ ସମ୍ପଦ ବିଭାଗ ଦ୍ଵାରା ଗୋ ସମ୍ପଦ ଉଦ୍ଧାର କରିବା ଇତ୍ୟାଦି ଦାବି ନେଇ ୭୦ କୋଟି ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାର ବାର୍ତ୍ତା ପ୍ରେରଣ କରିବା ଉଦ୍ଦେଶ୍ୟରେ ନୂତନ ଭାରତର ଅଧକ୍ଷ ଶ୍ରୀଯୁକ୍ତ ସୁନିଲ କୁମାର ବେହେରାଙ୍କର ମାର୍ଗଦର୍ଶନ ଥିଲା । ସଂଗଠନ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରିଥିଲେ l
ଗୋ ମହିମା ରଥ ଟି ପୂର୍ବାଞ୍ଚଳ ର ୧୫ ଟି ଜିଲ୍ଲା ଓ ନବରଙ୍ଗ ଜିଲ୍ଲାରୁ ଜାନୁୟାରୀ ୨୧ ତାରିଖରେ ବାହାରି ପଶ୍ଚିମାଞ୍ଚଳର ୧୫ ଟି ଜିଲା ଗସ୍ତ କରିବାପରେ ସମ୍ପୂର୍ଣ୍ଣ ଭାରତ ବର୍ଷ ଗୋଗ୍ରାମରେ ରୂପାନ୍ତର ଆମର ଲକ୍ଷ୍ୟ ଅଛି ll











