ଆଜି ରିଖ ୧୫-୧-୨୬ ଗୁରୁବାର ପୁରୀ ଲନ୍ ବଲ୍ ର ଖେଳାଳି ମାନେ ତୃତୀୟ ରାଜ୍ୟ ସ୍ତରୀୟ ଲନ୍ ବଲ୍ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ନିମନ୍ତେ ୭ ଜଣିଆ ଦଳ ପୁରୀ ଠାରୁ ବଲାଙ୍ଗିର ଅଭିମୁଖେ ଯାତ୍ରା କରୁଛନ୍ତି .. ଏହି ପ୍ରତିଯୋଗିତା ବଲାଙ୍ଗୀର ଠାରେ ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେବ …ପୁରୀ ଜିଲ୍ଲା ଲନ୍ ବଲ୍ ର ସମ୍ପାଦକ ହରେଶ କୁମାର ମିଶ୍ର , ଝଡେଶ୍ଵରି କ୍ଲବ ର ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର ,ଜୀତେନ୍ଦ୍ର ନାଥ ଦାସ ପ୍ରଭୁତି ଝାଡେଶ୍ୱରି କ୍ଲବ୍ ପ୍ରାଙ୍ଗଣ ରେ ସମସ୍ତ ଖେଳାଳି ମାନଙ୍କୁ ଶୁଭେଛା ଜଣାଇଥିଲେ .. ସେମାନଙ୍କର ଯାତ୍ରା ସାଫଲ୍ୟ ମଣ୍ଡିତ ହେଉ ସେ ନେଇ ପ୍ରାର୍ଥନା କରିଥିଲେ …
ପୁରୀ ଲନ୍ ବଲ୍ ର ବଲାଙ୍ଗୀର ଯାତ୍ରା ।











