Home / ମୁଖ୍ୟ ଖବର / ସହୀଦ ବେଙ୍ଗପାଣିଆ ଙ୍କ ୭0 ତମ ସ୍ମୃତି ଦିବସ ପାଳିତ

ସହୀଦ ବେଙ୍ଗପାଣିଆ ଙ୍କ ୭0 ତମ ସ୍ମୃତି ଦିବସ ପାଳିତ

whatsapp image 2026 01 22 at 6.43.51 pm

ପୁରୀ,୨୨/୧/୨୦୨୬ – ସହୀଦ ବେଙ୍ଗପାଣିଆ ସ୍ମୃତି କମିଟି ଏବଂ ଆପଣଙ୍କ ସେବାରେ ଅନୁଷ୍ଠାନ ତରଫରୁ ପୁରୀ ଲୋକନାଥ ରୋଡ଼ ସ୍ଥିତ ଗଦାଧର ସ୍କୁଲ ପରିସରରେ ଶ୍ରୀମନ୍ଦିର ସେବାୟତ ସହୀଦ ବେଙ୍ଗପାଣିଆ ଓରଫ ହରିହର ପଣ୍ଡାଙ୍କ ୭0 ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି |ସ୍ମୃତି ସମିତି ର ସଭାପତି ଦାମୋଦର ଦାଶଙ୍କ ନେତୃତ୍ୱ ରେ ବିଦ୍ୟାଳୟ ପରିସରରେ ଥିବା ସହୀଦ ବେଙ୍ଗପାଣିଆ ଙ୍କ ସ୍ମୃତି ସ୍ତମ୍ଭ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମାଲ୍ୟାର୍ପଣ ଓ ଦୀପ ଦାନ କରି ସହିଦ ଙ୍କ ସ୍ମୃତି ଚରଣ କରିଥିଲେ |

image
image

କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମିଶ୍ର,ବିଶିଷ୍ଟ ଶିକ୍ଷାବିତ ନାରାୟଣ ଦାଶ, ବିଜେପି ଶରଧାବାଲି ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର,କବିୟତ୍ରୀ ମଞ୍ଜୁଳା ଦେବୀ, ଉତ୍କଳ ବିଦ୍ବତ ପରିଷଦ ର ସଭାପତି ମନୋଜ କୁମାର ରଥ, ଆପଣଙ୍କ ସେବାରେ ଅନୁଷ୍ଠାନ ର ରାଜ୍ୟ ମୁଖପାତ୍ର ଜଗଦିଶ ପ୍ରଧାନ, ସଭାପତି ବିଜୟକୃଷ୍ଣ ବ୍ରହ୍ମା,ବରିଷ୍ଠ ଶିକ୍ଷୟିତ୍ରୀ ଯମୁନା ପୂଜାପଣ୍ଡା, ଆଇନଜୀବୀ ସ୍ମୃତି ରଞ୍ଜନ ପତି, ସ୍ମୃତି ସାଂସଦ ର ସମ୍ପାଦିକା ମଧୁମତି ଦାଶ, ବେଙ୍ଗ ପାଣିଆ ଙ୍କ ନାତି ଗୋବିନ୍ଦ ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହିଦ ଙ୍କ ସ୍ମୃତି ଚାରଣ କରି କହିଲେ ଓଡିଶା ର ଅବିଛେଦି ଅଙ୍ଗ ସଢେଇକଳା ଖରସୁଆଁ ସୀମା ଆନ୍ଦୋଳନ ରେ ସାମିଲ ହୋଇ ପୁରୀ ରେଳ ଷ୍ଟେସନ ଠାରେ ବେଙ୍ଗ ପାଣିଆ ପୋଲିସ ଗୁଳିରେ ସହିଦ ହୋଇଥିଲେ | ଆଜିର ଦିବସ ମାଧ୍ୟମରେ ନିଜର ଜନ୍ମ ମାଟି ପାଇଁ ସହିଦ ହୋଇଥିବା ବେଙ୍ଗ ପାଣିଆଙ୍କ ତ୍ୟାଗକୁ ଛାତ୍ର ଏବଂ ଯୁବ ସମାଜ ଆଦର୍ଶ ଭାବେ ଗ୍ରହଣ କରିବା ପାଇଁ ଅତିଥି ମାନେ ମତ ପୋଷଣ କରିଥିଲେ | ସ୍ମୃତି ସମିତି ର କୋଷଧ୍ୟାକ୍ଷା ତଥା ଶିକ୍ଷୟିତ୍ରୀ ମୀରାରାଣୀ ଦେବୀ ଏବଂ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply