Home / ମୁଖ୍ୟ ଖବର / ଅଙ୍ଗନବାଡ଼ି କେନ୍ଦ୍ର ସ୍କୁଲରେ ଖାଦ୍ୟର ମାନ ଯାଞ୍ଚ କଲେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ

ଅଙ୍ଗନବାଡ଼ି କେନ୍ଦ୍ର ସ୍କୁଲରେ ଖାଦ୍ୟର ମାନ ଯାଞ୍ଚ କଲେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ

whatsapp image 2026 01 22 at 9.15.15 pm


​କାକଟପୁର ୨୨/୦୧(ତୁଷାର ଦୀକ୍ଷିତ ),ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳମତି ଶିଶୁ ଓ ଗର୍ଭବତୀ ମହିଳା, ସ୍କୁଲ ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ପରଖିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ। ଆଜି ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ବୀରଭଦ୍ର ନୋଡାଲ ୟୁ.ପି ସ୍କୁଲ ବାଙ୍ଗୁରିଗାଁ,ବାହାରପଦା,ବାଣିଆ,ଟିକରପଡା, ଅଙ୍ଗନବାଡ଼ି କେନ୍ଦ୍ର,ବାଣିଆ ପ୍ରାଥମିକ ବିଦ୍ୟାଳୟ,ଗଣିପୁର ପ୍ରୋଜେକ୍ଟ ୟୁପି ସ୍କୁଲ,ଓଥକା ୟୁଜିୟୁପି ସ୍କୁଲ

image
image

ସମେତ ମା ଭବାନୀ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଛତୁଆ କେନ୍ଦ୍ର ଅଚାନକ ପରିଦର୍ଶନ କରି ଖାଦ୍ୟର ମାନ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ​ପରିଦର୍ଶନର ମୁଖ୍ୟ ଦିଗ ଥିଲା ​ଖାଦ୍ୟର ଗୁଣବତ୍ତା କେନ୍ଦ୍ରରେ ରନ୍ଧାଯାଉଥିବା ଖାଦ୍ୟ ସ୍ୱାସ୍ଥ୍ୟପ୍ରଦ କି ନୁହେଁ ଏବଂ ଏଥିରେ ସଠିକ୍ ପରିମାଣର ପୋଷକ ତତ୍ତ୍ୱ ରହୁଛି କି ନାହିଁ, ସେ ନେଇ ସଦସ୍ୟ ନିଜେ ଯାଞ୍ଚ କରିଥିଲେ। ​ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ରୋଷେଇ ଶାଳର ପରିବେଶ ଏବଂ ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଅନୁଧ୍ୟାନ କରି ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।​ କେନ୍ଦ୍ରକୁ ଆସୁଥିବା ଶିଶୁଙ୍କ ଅଭିଭାବକ ଓ ମହିଳାମାନଙ୍କ ସହ ଆଲୋଚନା କରି ସେମାନେ ନିୟମିତ ଓ ସଠିକ୍ ପରିମାଣର ଖାଦ୍ୟ ପାଉଛନ୍ତି କି ନାହିଁ, ସେ ନେଇ ପଚାରି ବୁଝିଥିଲେ।​ପରିଦର୍ଶନ ପରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ କୌଣସି ପ୍ରକାର ଅବହେଳାକୁ ସହ୍ୟ କରାଯିବ ନାହିଁ। ଯଦି କୌଣସି ସ୍ଥାନରେ ନିମ୍ନମାନର ଖାଦ୍ୟ କିମ୍ବା ବଣ୍ଟନରେ ଅନିୟମିତତା ଦେଖାଯାଏ, ତେବେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଥାଉକି ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଫଟୋ ସହ ଟେକ୍ ହୋମ ରେସନର ମାନ,ମାପରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ପ୍ରସାରିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply